21.1 C
Bhubaneswar
Saturday, March 22, 2025
Homeଓଡିଶାଓଡ଼ିଶାର ପ୍ରମୁଖ ପ୍ରସଙ୍ଗ ଗୁଡ଼ିକ ଉପରେ ସି.ପି.ଆଇ.(ଏମ୍‌) ପ୍ରତିନିଧି ଦଳଙ୍କ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ

ଓଡ଼ିଶାର ପ୍ରମୁଖ ପ୍ରସଙ୍ଗ ଗୁଡ଼ିକ ଉପରେ ସି.ପି.ଆଇ.(ଏମ୍‌) ପ୍ରତିନିଧି ଦଳଙ୍କ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ

ଭୁବନେଶ୍ୱର : ଓଡ଼ିଶାବାସୀଙ୍କବିଭିନ୍ନ ପ୍ରମୁଖ ପ୍ରସଙ୍ଗଉପରେସି.ପି.ଆଇ.(ଏମ୍‌) ତରଫରୁ ଏକ ପାଞ୍ଚ ଜଣିଆରାଜ୍ୟସ୍ତରୀୟ ପ୍ରତିନିଧି ଦଳ ରାଜ୍ୟମୁଖ୍ୟଶାସନ ସଚିବଶ୍ରୀମନୋଜ ଆହୁଜାଙ୍କୁସାକ୍ଷାତକରିବିସ୍ତୃତଭାବେସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ପ୍ରତିନିଧି ଦଳରେସି.ପି.ଆଇ.(ଏମ୍‌) କେନ୍ଦ୍ରକମିଟି ସଦସ୍ୟ ଅଳିକିଶୋର ପଟ୍ଟନାୟକ, ରାଜ୍ୟସଂପାଦକ ସୁରେଶଚନ୍ଦ୍ର ପାଣିଗ୍ରାହୀ, ରାଜ୍ୟସଂପାଦକମଣ୍ଡଳୀସଭ୍ୟ ଦୁଷ୍ମନ୍ତ କୁମାର ଦାସ, ପୁଷ୍ପା ଦାଶଏବଂ ବଦ୍ରି ନାରାୟଣ ଦାଶ ପ୍ରମୁଖନେତୃବୃନ୍ଦ ସାମିଲହୋଇଥିଲେ ।

ସି.ପି.ଆଇ.(ଏମ୍‌) ତରଫରୁ ପୋଲାଭରମ୍ ପ୍ରସଙ୍ଗରେ, ପୂର୍ବତଟ ରେଳପଥକୁ ବିକଳାଙ୍ଗ କରିବା ଚକ୍ରାନ୍ତ, କିଟ୍‌ଡ଼ିମ୍‌ଡ଼୍‌ ବିଶ୍ୱବିଦ୍ୟାଳୟରେ ଘଟିଥିବା ଛାତ୍ରୀ ଆତ୍ମହତ୍ୟା ଘଟଣା ସମେତ ଅନ୍ୟାନ୍ୟ କେଳେଙ୍କାରୀ ଇତ୍ୟାଦି ସହିତ ରାଜ୍ୟବାସୀଙ୍କ ଜୀବନ ଜୀବିକା ପ୍ରସଙ୍ଗ ଉପରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ପୋଲାଭରମ୍ ପ୍ରସଙ୍ଗରେ ରାଜ୍ୟ ସରକାର ସଂପୂର୍ଣ୍ଣ ନୀରବ ରହିବା ଘଟଣାକୁ ସି.ପି.ଆଇ.(ଏମ୍‌) ତୀବ୍ର ସମାଲୋଚ ନାକରିବା ସହିତ ମାଲକାନଗିରି ଜିଲ୍ଲାର କ୍ଷତି ଗ୍ରସ୍ତ ହେଉଥିବା ୧୧ଟି ପଞ୍ଚାୟତ ଜନ ସାଧାରଣଙ୍କର ସଂପୂର୍ଣ୍ଣ କ୍ଷତି ଭରଣା ସହିତ ଉପଯୁକ୍ତ ଭାବେ ଥଇଥାନ ଏବଂ ପୁନର୍ବାସ ନୀତିକୁ ଲାଗୁକରିବା ପାଇଁ ଦାବି କରାଯାଇଛି । ପୋଲାଭରମ୍ ପ୍ରକଳ୍ପର ଉଚ୍ଚତା ହ୍ରାସକରିବା, ୨୦୦୬ ଜଙ୍ଗଲ ଅଧିକାର ଆଇନ୍‌ଏବଂ ୧୯୯୬- ପେଶା ଆଇନ୍‌ କୁକଡ଼ା କଡ଼ି ଭାବେ କାର୍ଯ୍ୟ କରିବା ପାଇଁ ଦାବି କରାଯାଇଛି ।

ସେହିଭଳି ପୂର୍ବତଟରେଳପଥକୁବିକଳାଙ୍ଗକରିବିଶାଖାପଟଣାଏବଂବିଜୟୱାଡ଼ାଡ଼ିଭିଜନକୁଗୁଣ୍ଟର ଓ ଗୁଣ୍ଟକଲଡ଼ିଭିଜନ ସହ ଦକ୍ଷିଣତଟରେଳବାଇଜୋନ୍‌ରେରଖାଯାଇଛି । ଏହାଦ୍ୱାରା ପୂର୍ବତଟରେଳପଥ ବାର୍ଷିକ ୧୦,୦୦୦ କୋଟିଟଙ୍କାରାଜସ୍ୱକ୍ଷତିସହିବାସହିତ ୭୫% କର୍ମଚାରୀ ମଧ୍ୟ ଦକ୍ଷିଣତଟରେଳବାଇଜୋନକୁ ଚାଲିଯିବେ । ଯଦି କେନ୍ଦ୍ରସରକାର ଓ ରେଳବାଇ ଆନ୍ଧ୍ରପ୍ରଦେଶରସ୍ୱାର୍ଥକୁ ଦୃଷ୍ଟିରେରଖିରାଜ୍ୟଭିତ୍ତିକରେଳବାଇଜୋନକୁ ପ୍ରତିଷ୍ଠାକରିବା ପାଇଁ ନିଷ୍ପତ୍ତି କରିଛନ୍ତିତେବେଓଡ଼ିଶାରଯେଉଁସମସ୍ତ ଅଞ୍ଚଳ ଓ ରେଳପଥ ଦକ୍ଷିଣପୂର୍ବ, ଦକ୍ଷିଣପୂର୍ବକେନ୍ଦ୍ରୀୟରେଳପଥ ମଧ୍ୟରେ ଏପର୍ଯ୍ୟନ୍ତ ରହିଛି, ଅର୍ଥାତ୍‌ରାଉରକେଲା, ବନ୍ଧମୁଣ୍ଡା, ରାଜଗାଙ୍ଗପୁରଠାରୁଝାରସୁଗୁଡ଼ା, ଇବ୍‌, ବେଲପାହାଡ଼, ବ୍ରଜରାଜନଗର, ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାକୁଓଡ଼ିଶାରସ୍ୱାର୍ଥ ପାଇଁ ପୂର୍ବତଟରେଳବାଇଜୋନକୁ ଆଣିବା ନିମନ୍ତେ ସି.ପି.ଆଇ.(ଏମ୍‌) ଦାବିକରିଛି ।
କିଟ୍‌ଡ଼ିମ୍‌ଡ଼ବିଶ୍ୱବିଦ୍ୟାଳୟରଜନୈକାଛାତ୍ରୀଙ୍କୁବ୍ୟବସ୍ଥାଗତହତ୍ୟା, ଜମିକେଳେଙ୍କାରୀଏବଂ ଅନ୍ୟାନ୍ୟସମସ୍ତସଙ୍ଗୀନ ଅଭିଯୋଗର ନିରପେକ୍ଷ ତଦନ୍ତ ପାଇଁରାଜ୍ୟସରକାର ଉଚ୍ଚ ନ୍ୟାୟାଳୟରଜଣେକାର୍ଯ୍ୟରତବିଚାରପତିଙ୍କ ଅଧ୍ୟକ୍ଷତାରେ ନ୍ୟାୟିକ ତଦନ୍ତ କମିଶନ ଦ୍ୱାରା ତଦନ୍ତ କରିବା ଦାବିକୁସି.ପି.ଆଇ.(ଏମ୍‌) ପୁନର୍ବାର ଦୃଢଭାବେଉପସ୍ଥାପନ କରିଛି ।

ବିଦ୍ୟୁତ୍ ପ୍ରସଙ୍ଗରେସି.ପି.ଆଇ.(ଏମ୍‌) କହିଛି ଯେ ବିଦ୍ୟୁତ୍‌ଶୁଳ୍କବୃଦ୍ଧି ପ୍ରସ୍ତାବବାତିଲ୍‌, ଜନବିରୋଧୀ ପ୍ରି-ପେଡ଼୍‌ସ୍ମାର୍ଟମିଟରସଂଯୋଗ ବନ୍ଦ, ନିର୍ବାଚନ ପ୍ରତିଶୃତି ଅନୁଯାୟୀମାସିକ ପ୍ରତ୍ୟୋକଉପଭୋକ୍ତାଙ୍କୁ ୩୦୦ ୟୁନିଟ୍‌ବିଦ୍ୟୁତ୍‌ମାଗଣାରେଯୋଗାଇବାଏବଂ ଚାଷ କ୍ଷେତ୍ର ପାଇଁବିଦ୍ୟୁତ୍‌ବ୍ୟବହାରକୁ ନିଶୁଳ୍କକରାଯାଉ । ଏହିସମସ୍ତ ପ୍ରମୁଖ ପ୍ରସଙ୍ଗସହିତ ‘ମନରେଗା’ ଯୋଜନାରେଇଚ୍ଛୁକସମସ୍ତ ଦରଖାସ୍ତଧାରୀଙ୍କୁ ଦୈନିକମଜୁରୀ ୬୦୦ଟଙ୍କା ଏବଂ ୧୦୦ ଦିନରକାମକୁ ସୁନିଶ୍ଚିତ କରିବା, ସମସ୍ତଗୃହହୀନ ପରିବାରଙ୍କୁଘରଡ଼ିହ ପଟ୍ଟା ପ୍ରଦାନ, ଆଦିବାସୀ ଓ ପାରମ୍ପରିକଜଙ୍ଗଲବାସୀଙ୍କୁ ପଟ୍ଟା ପ୍ରଦାନ, ଖଣିଉତ୍ତୋଳନ ଅଞ୍ଚଳରେ ‘ପେଶା’ ଏବଂ ‘ଜଙ୍ଗଲ ଆଇନ୍‌’ ନିୟମ ଅନୁଯାୟୀଗ୍ରାମସଭାସଂଗଠିତକରିବା, ଆଦିବାସୀଙ୍କଉପରେ ଅତ୍ୟାଚାର ବନ୍ଦ କରିବା, ସମସ୍ତଲଘୁବନଜାତ ଦ୍ରବ୍ୟ ପାଇଁ ଏମ୍‌.ଏସ୍‌.ପି ଏବଂଜଙ୍ଗଲଜମି ପଟ୍ଟା ଥିବା ଆଦିବାସୀଙ୍କୁଉତ୍ପାଦିତସାମଗ୍ରୀର ଏମ୍‌.ଏସ୍‌.ପି. ପ୍ରଦାନ ଓ ଜାତିଗତ ପ୍ରମାଣପତ୍ର ପ୍ରଦାନ ଇତ୍ୟାଦି ଦାବିଗୁଡ଼ିକକରା ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking