16.1 C
Bhubaneswar
Thursday, February 5, 2026
Homeଓଡିଶାଇନ୍ଦିରା ପଟ୍ଟନାୟକଙ୍କ ବିୟୋଗରେ ସିପିଆଇର ଶୋକ

ଇନ୍ଦିରା ପଟ୍ଟନାୟକଙ୍କ ବିୟୋଗରେ ସିପିଆଇର ଶୋକ

ଭୁବନେଶ୍ୱର: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ କମ୍ରେଡ଼ ପ୍ରାଣନାଥ ପଟ୍ଟନାୟକଙ୍କ ପୁତ୍ରବଧୁ, ବରିଷ୍ଠ ସାମ୍ବାଦିକ କମ୍ୟୁନିଷ୍ଟ ନେତା ପ୍ରଦୋଷ ପଟ୍ଟନାୟକଙ୍କ ପତ୍ନୀ ଶ୍ରୀମତୀ ଇନ୍ଦିରା ପଟ୍ଟନାୟକଙ୍କର ଆଜି ସକାଳେ କିମ୍‌ସ ହସ୍ପିଟାଲରେ ଦୁଃଖଦ ବିୟୋଗ ଘଟିଯାଇଛି। ସେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସିପିଆଇ ଏବଂ ଉତ୍କଳ ମହିଳା ସମିତିର ଉପଦେଷ୍ଠା ରହିଥିଲେ। ତାଙ୍କର ବିୟୋଗରେ ସିପିଆଇ ରାଜ୍ୟ କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରିବା ସହିତ ପ୍ରଦୋଷ ଭାଇନା ଏବଂ ଅନ୍ୟ ଶୋକ ସନ୍ତପ୍ତ ପରିବାରବର୍ଗ ଓ ଶୋକାକୁଳ ବନ୍ଧୁ ସହୋଦରମାନଙ୍କୁ ଗଭୀର ସମବେଦନା ଜ୍ଞାପନ କରାଯାଇଛି। ତାଙ୍କର ବିୟୋଗ ସମ୍ବାଦ ପାଇବା ପରେ ଭୁବନେଶ୍ୱର ୟୁନିଟ୍ ୩ ସ୍ଥିତ ମଞ୍ଜରୀ ଭବନଠାରେ ପହଞ୍ôଚ ସିପିଆଇ ଜାତୀୟ ପରିଷଦ ସଦସ୍ୟ ଆଶିଷ କାନୁନ୍‌ଗୋ, କ୍ଷୀରୋଦ ସିଂହଦେଓ, ଜୟନ୍ତ ଦାସ, ସୁର ଜେନା, ବସନ୍ତ ପାଇକରାୟ, ଉତ୍କଳ ମହିଳା ସମିତିର ରାଜ୍ୟ ସଭାନେତ୍ରୀ ପ୍ରମୋଦିନୀ ପାଇକରାୟ ଶେଷ ଦର୍ଶନ କରିବା ସହିତ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking