21.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଆସନ୍ତା ୧୨ରେ ଶପଥ ନେବେ ସି.ପି ରାଧାକ୍ରିଷ୍ଣନ

ଆସନ୍ତା ୧୨ରେ ଶପଥ ନେବେ ସି.ପି ରାଧାକ୍ରିଷ୍ଣନ

ନୂଆଦିଲ୍ଲୀ:  ନବ ନିର୍ବାଚିତ  ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ ୧୫ ତମ ଉପରାଷ୍ଟ୍ରପତି ଭାବେ ଆସନ୍ତା ୧୨ ତାରିଖରେ ଶପଥ ଗ୍ରହଣ କରିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ରାଷ୍ଟ୍ରପତି ଭବନରେ ଔପଚାରିକ ଶପଥ ସମାରୋହ  ଆୟୋଜିତ ହେବ ।  ୬୭ ବର୍ଷୀୟ ରାଧାକ୍ରିଷ୍ଣନ  ମଙ୍ଗଳବାର ଅନୁଷ୍ଠିତ ଉପରାଷ୍ଟ୍ରପତି  ନିର୍ବାଚନରେ ମିଳିତ ବିରୋଧୀ ଦଳ ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀଙ୍କୁ  ୧୫୨ ଭୋଟରେ  ପରାସ୍ତ କରି ବିଜୟୀ ହୋଇଥିଲେ। ପୂର୍ବତନ ଉପରାଷ୍ଟ୍ରପତି  ଜଗଦୀପ ଧନଖଡ ୨୦୨୫ ଜୁଲାଇ ୨୧ରେ ଇସ୍ତଫା ଦେବାରୁ ଏହି ନିର୍ବାଚନ ଆବଶ୍ୟକ ହୋଇଥିଲା । ରାଧାକ୍ରିଷ୍ଣନଙ୍କୁ  ଜେଡ ଶ୍ରେଣୀ  ସୁରକ୍ଷା  ଉପଲବ୍ଧ କରାଇବା ପାଇଁ  ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।  ସୁରକ୍ଷା ସ୍ଥିତି  ସମୀକ୍ଷା କରାଯିବା ପରେ ସିଆରପିଏଫକୁ  ଏ ବାବଦରେ ନିର୍ଦ୍ଦେଶ ଜାରି ହୋଇଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking