23.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶସିପି ରାଧାକ୍ରିଷ୍ଣନ ନୂଆ ଉପରାଷ୍ଟ୍ରପତି

ସିପି ରାଧାକ୍ରିଷ୍ଣନ ନୂଆ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଭାରତର ୧୪ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ଇଣ୍ଡିଆ ବ୍ଲକ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ ଭୋଟରେ ହରାଇ ବିଜୟୀ ହୋଇଛନ୍ତି। ରାଧାକ୍ରିଷ୍ଣନ ୪୫୨ଟି ପ୍ରଥମ ପସନ୍ଦ ଭୋଟ ପାଇଥିବା ବେଳେ ସୁଦର୍ଶନ ରେଡ୍ଡୀଙ୍କୁ ୩୦୦ ଭୋଟ ମିଳିଛି। ଆଜି ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ରାଧାକ୍ରିଷ୍ଣନଙ୍କୁ ୪୫୨ଟି ଓ ବିପକ୍ଷ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ଜଷ୍ଟିସ ସୁଦର୍ଶନ ରେଡ୍ଡିଙ୍କୁ ୩୦୦ଟି ପ୍ରଥମ ଅଗ୍ରାଧିକାର ଭୋଟ ମିଳିଥିଲା । ଭୋଟ ଗଣତି ପରେ ରାଜ୍ୟସଭାରେ ମହାସଚିବ ପିସି ମୋଦୀ ଫଳାଫଳ ଘୋଷଣା କରିଥିଲେ ।

ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିବା ଶ୍ରୀ ରାଧାକ୍ରିଷ୍ଣନ ଗତ ବର୍ଷ ଜୁଲାଇ ୩୧ ତାରିଖରେ ମହାରାଷ୍ଟ୍ରର ରାଜ୍ୟପାଳଭାବେ ଶପଥ ନେଇଥିଲେ। ତାପୂର୍ବରୁ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ । ସେ ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ତାମିଲନାଡୁ ବିଜେପି ସଭାପତି ଥିଲେ ।

ତେବେ ଏଥର ମୈଦାନରେ ଥିଲେ ଏନ୍‌ଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ ଏବଂ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ । ହେଲେ ମତଦାନରୁ କିନ୍ତୁ ଦୂରେଇ ରହିଥିଲେ ତିନି ଦଳ ବିଜେଡି, ବିଆରଏସ ଓ ଅକାଳୀ ଦଳ । ତିନିଟି ଦଳର କେବଳ ରାଜ୍ୟସଭାରେ ପ୍ରତିନିଧିତ୍ୱ ରହିଛି । ବିଜେଡି, ବିଆରଏସ୍‌ ଓ ଅକାଳୀ ଦଳର ମୋଟ ୧୨ ଜଣ ସାଂସଦ, ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇ ନାହାନ୍ତି ।

ସୂଚନାଯୋଗ୍ୟ ଯେ, ସଂସଦ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଅଚାନକ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ପଦରୁ ଅବ୍ୟାହତି ନେଇଥିବାବେଳେ, ବିରୋଧୀ ଏହାକୁ ଭିନ୍ନ ଭାବେ ଚିତ୍ରଣ କରିଆସୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking