ନୂଆଦିଲ୍ଲୀ: ନାମାଙ୍କନ ଭରିଲେ ସିପି ରାଧାକ୍ରିଷ୍ଣନ । ନାମାଙ୍କନ ଭରିଲେ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ । ଏନଡିଏ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଲେ ସିପି ରାଧାକ୍ରିଷ୍ଣନ । ସେଠାରେ ଅମିତ ଶାହ, ଜେପି ନଡ୍ଡା, ରାଜନାଥ ସିଂହ, ଅନୁପ୍ରିୟା ପଟେଲ, କିରନ ରିଜିଜୁ ଏବଂ ଅନ୍ୟ ବରିଷ୍ଠନେତା ମାନେ ଉପସ୍ଥିତ ଥିଲେ । ସିପି ରାଧାକ୍ରିଷ୍ଣନଙ୍କ ପାଇଁ ମୁଖ୍ୟ ପ୍ରସ୍ତାବକ ହେଲେ ପିଏମ ମୋଦୀ । ରାଧାକ୍ରିଷ୍ଣନ ୪ ସେଟ ନାମାଙ୍କନ ପତ୍ର ଦାଖଲ କରିବେ । ପ୍ରତି ନାମାଙ୍କନ ପତ୍ରରେ ୨୦ ଜଣ ପ୍ରସ୍ତାବକ ଓ ୨୦ ସମର୍ଥକଙ୍କ ଦସ୍ତଖତ ରହିବ । ଅଗଷ୍ଟ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେପି ସଂସଦୀୟ ଦଳ ବୈଠକରେ ରାଧାକୃଷ୍ଣନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିଲା। ଉପରାଷ୍ଟ୍ରପତି ନିର୍ବାଚନ ସେପ୍ଟେମ୍ବର 9 ତାରିଖରେ ଅନୁଷ୍ଠିତ ହେବ, ସେହି ଦିନ ମତଦାନ ଏବଂ ଗଣତି ମଧ୍ୟ ହେବ। ରାଧାକ୍ରିଷ୍ଣନ ବିରୋଧୀ ପ୍ରାର୍ଥୀ ଜଷ୍ଟିସ୍ ବି. ସୁଦର୍ଶନ ରେଡ୍ଡୀଙ୍କ ସହ ମୁକାବିଲା କରିବେ । ଯିଏ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି, ଯିଏ ଅଗଷ୍ଟ 21 ତାରିଖରେ ତାଙ୍କର ପତ୍ର ଦାଖଲ କରିବେ।










