ଡୁଙ୍ଗୁରିପାଲି: ଡୁଙ୍ଗୁରିପାଲିରେ ଗୋମାଂସ ଜବତ କରିଛି ପୁଲିସ। ଗତକାଲି ରାତିରେ ଡୁଙ୍ଗୁରିପାଲିରେ ବଜରଙ୍ଗ ଦଳର କର୍ମୀମାନେ ଏକ ଲାଲ ରଙ୍ଗର କାରରୁ ବହୁ ପରିମାଣର ଗୋମାଂସ ଓ ଗାଈ ଚମଡ଼ା ଠାବ କରି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋମାଂସ ଗୋମାଂସ ଓ ଚମଡ଼ା ଜବତ କରିଥିଲା । ଏହି ଘଟଣାରେ ପୋଲିସ ୨ ଚାଲାଣକାରୀଙ୍କୁ ଅଟକ ରଖି ପଚରାଉଚରା କରୁଥିବା ପ୍ରକାଶ କରିଛି। ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରଖିଛି ପୋଲିସ ।









