ଭୁବନେଶ୍ୱର: ରାବଣ ରୂପୀ ଗୋ ମାଫିଆ ଓ ବାଲି ମାଫିଆଙ୍କୁ ଖୋଜି ଖୋଜି ବଧ କରାଯିବ । ଓଡିସା ପୋଲିସ ଆସୋସିଏସନର ବାର୍ଷିକ ଉତ୍ସବରେ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କେବଳ ଗୋଟିଏ କି ଦୁଇଟି ଜିଲ୍ଲା ନୁହେଁ, ସମଗ୍ର ରାଜ୍ୟରେ ବଧ ହେବେ । ଚୌଦ୍ୱାର ଜେଲରୁ ୨ ବିହାରୀ କଏଦୀ ଫେରାର ଘଟଣାରେ ମତ ରଖିଛନ୍ତି । ଏନେଇ ଜେଲ ବିଭାଗ କଳି, ଆଦୌ ଶୋଭନୀୟ ନୁହେଁ । ବିବାଦ ଉପରେ ପୂର୍ଣ୍ଣଚ୍ଛେଦ ପକେଇବା ପାଇଁ ଗୃହ ବିଭାଗ ଆକ୍ସନ ନେଉଛନ୍ତି । ପୋଲିସକୁ ରାଜନୈତିକ ଓ ଗଣମାଧ୍ୟମ ଚାପମୁକ୍ତ କରାଯିବା ଉଚିତ । ପୋଲିସକୁ ୨ ଭାଗ କରି ତଦନ୍ତ ଓ ଆଇନଶୃଙ୍ଖଳାରେ ପରିଣତ ଯୋଜନା ରହିଛି ।









