19.1 C
Bhubaneswar
Saturday, February 7, 2026
Homeଓଡିଶାଭଦ୍ରକରେ ଥମୁନି ଗୋଚାଲାଣ: ଗାଡ଼ିରେ ଥିବା ୮ ଗୋରୁ ଉଦ୍ଧାର

ଭଦ୍ରକରେ ଥମୁନି ଗୋଚାଲାଣ: ଗାଡ଼ିରେ ଥିବା ୮ ଗୋରୁ ଉଦ୍ଧାର

ଭଦ୍ରକ:  ଭଦ୍ରକରେ ଥମୁନି ଗୋଚାଲାଣ। ଆଜି ପୁଣି ବନ୍ତ ଛକରୁ ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ ହୋଇଥିବାର ଖବର ମିଳିଛି ।  ଗାଡ଼ିରେ ଥିବା ୮ ଗୋରୁ ଉଦ୍ଧାର କରିଛି ଭଦ୍ରକ ଟାଉନ ଥାନା ପୁଲିସ।ସୂଚନା ଅନୁଯାୟୀ, ବୋଝେଇ ପିକଅପ୍ ଭ୍ୟାନ୍ ଭଦ୍ରକରୁ କଲିକତା ଯାଉଥିବା ବେଳେ ଟାଉନ ପୁଲିସର ପେଟ୍ରୋଲିଙ୍ଗ  ବେଳେ ଧରାପଡ଼ିଛି। ତେବେ କୌଶଳକ୍ରମେ ଡ୍ରାଇଭର ଫେରାର ହୋଇଥିବା ବେଳେ ଉଦ୍ଧାର ଗୋରୁଙ୍କୁ ଗୋଶାଳାରେ ରଖାଯାଇଛି। ଏନେଇ ପୁଲିସ ଅଧିକ ତଦନ୍ତ କରୁଛି। ପ୍ରତିଦିନ ଭଦ୍ରକରୁ ବହୁ ଗୋରୁଗାଡ଼ି ପଶ୍ଚିମବଙ୍ଗ ଯାଉଥିବାରୁ ପୁଲିସ ଏଥିପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking