ଭୁବନେଶ୍ୱର: ରାଜ୍ୟରେ ୫ କୋଭିଡ ଆକ୍ରାନ୍ତ ଚିହ୍ନଟ ପ୍ରସଙ୍ଗରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା ରଖନ୍ନ୍ି । କହିଛନ୍ତି, ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ଅଛି । କୋଭିଡର ଅସ୍ୱାଭାବିକ ବୃଦ୍ଧି ଦେଖିବାକୁ ମିଳିନି । ସ୍ଥିତିକୁ ନେଇ ବ୍ୟସ୍ତ ନହେବାକୁ ପରାମର୍ଶ ଦେଇଛନ୍ତି । କେଉଁଠୁ ରିପୋର୍ଟ ଆସିଲେ ଆରଟିପିସିଆର କରାଯିବ । ଆବଶ୍ୟକ ପଡିଲେ ଜିନମ ସ୍ୱିକ୍ୱେନ୍ସି କରାଯିବ । ପ୍ରଥମ ରୋଗୀଙ୍କର ଜିନମ ସିକ୍ୱେନ୍ସି କରାଯାଇଥିଲା । ଜିନମ ସିକ୍ୱେନ୍ସିଂରୁ ଓମିକ୍ରନର ସବଭ୍ୟାରିଆଣ୍ଟ ଜେଏନ-୧ ଚିହ୍ନଟ ହୋଇଛନ୍ତି ।