ଭୁବନେଶ୍ୱର: ରାଜ୍ୟରେ କୋଭିଡ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି । କହିଛନ୍ତି, କୋଭିଡ ମାମଲା ବଢିନି, ସେହି ୫ଟି କେସ ରହିଛି । ନୂଆ କେସ ଆସିନି । ସତର୍କ ଓ ସଜାଗ ରହିବା । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକକୁ ଅପେକ୍ଷା କରିଛୁ । ଆରଟିପିସିଆର ମେସିନ ପ୍ରସ୍ତୁତ ଅଛି, ଅକ୍ସିଜେନ ପ୍ଲାଣ୍ଟ ବି ପ୍ରସ୍ତୁତ ଅଛି । ଯଥେଷ୍ଟ ଟେଷ୍ଟିଂ କିଟ ମଗାଯାଇଥିଲା , ସବୁ କିଛି ଆସିଛି । ଆବସ୍ୟକତା ଅନୁସାରେ ଜିଲ୍ଲାଗୁଡିକୁ କିଟ ଯୋଗାଇ ଦିଆଯିବ ।