26.1 C
Bhubaneswar
Wednesday, March 25, 2026
Homeଓଡିଶାଚାନ୍ଦବାଲିରେ ମହିଳା ଓ ଶିଶୁଙ୍କୁ ଘୋଷାଡିବା ଘଟଣା ; ୨ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ

ଚାନ୍ଦବାଲିରେ ମହିଳା ଓ ଶିଶୁଙ୍କୁ ଘୋଷାଡିବା ଘଟଣା ; ୨ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ

ଭଦ୍ରକ : ଚାନ୍ଦବାଲି ଥାନା ପୁଲିସର ମହିଳା ଓ ଶିଶୁଙ୍କୁ ମାରିବା ଓ ଘୋଷାଡିବା ଘଟଣାରେ ୨ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ସମ୍ମୁଖରେ ଗତ ୨୫ ତାରିଖ ସନ୍ଧ୍ୟାରେ ମହିଳାଙ୍କୁ ଘୋଷାଡି ନେଇଥିବା ଜଣେ କନେଷ୍ଟବଳ, ଜଣେ ଏଏସଆଇ ଏବଂ ଜଣେ ହୋମ ଗାର୍ଡ ଡ୍ରାଇଭରଙ୍କୁ ଭଦ୍ରକ ଜିଲ୍ଲା ଏସପି ହେଡକ୍ୱାଟର୍ସକୁ ବଦଳି କରାଯାଇଥିଲା। ମହିଳା ପୁଲିସ୍ କର୍ମଚାରୀଙ୍କ ବଦଳରେ ପୁରୁଷ ପୁଲିସ୍ କର୍ମଚାରୀ ତାଙ୍କୁ ଘୋଷାଡି ଘୋଷାଡି ନେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପରେ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି ଘଟଣାରେ ଚାନ୍ଦବାଲି ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। ତେବେ ଏହି ଘଟଣାରେ ଆଜି ୨ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ଭଦ୍ରକ ଏସପି ବରୁଣ ଗୁଁଠୁପଲ୍ଲୀ । ଦଳିତ ମହିଳା ଜଣଙ୍କ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲା ବେଳେ ଅପରପକ୍ଷରେ କନେଷ୍ଟବଳଙ୍କୁ ଇଟା ପଥର ମାଡ଼ କରିବା ଏବଂ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ଘଟଣାରେ ଥାନାରେ ମାମଲା ଏକ ମାମଲା ମଧ୍ୟ ରୁଜୁ ହୋଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking