19.1 C
Bhubaneswar
Tuesday, January 20, 2026
Homeଓଡିଶାଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ୨୦୨୫ ବ୍ୟାଚ ଭାରତୀୟ ବିଦେଶ ସେବା ଅଧିକାରୀଙ୍କ ସୌଜନ୍ୟ ମୂଳକ...

ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ୨୦୨୫ ବ୍ୟାଚ ଭାରତୀୟ ବିଦେଶ ସେବା ଅଧିକାରୀଙ୍କ ସୌଜନ୍ୟ ମୂଳକ ସାକ୍ଷାତ

ଭୁବନେଶ୍ୱର:  ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ, ଭୁବନେଶ୍ୱରରେ ପ୍ରଶିକ୍ଷଣ ନେଉଥିବା ୨୦୨୫ ବ୍ୟାଚର ୬ ଜଣ ଭାରତୀୟ ବିଦେଶ ସେବା ଅଧିକାରୀ ଆଜି ମୁଖ୍ୟ ଶାସନ ସଚିବ, ଓଡ଼ିଶା ଶ୍ରୀମତୀ ଅନୁ ଗର୍ଗ ଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ l ରାଜ୍ୟ ସଂଯୋଜିତ ପ୍ରଶିକ୍ଷଣ ନେଉଥିବା ଏହି ଆଇଏଫଏସ ଅଧିକାରୀମାନଙ୍କ ସହିତ ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ ଓଡ଼ିଶା ସମ୍ପର୍କ ରେ ଦୀର୍ଘ ସମୟ ଆଲୋଚନା କରିଥିଲେ l ଓଡ଼ିଶାର ବିକାଶର ଧାରା, ଆଗାମୀ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ l ଏହି ଅଧିକାରୀମାନେ ଯେତେବେଳେ ବିଭିନ୍ନ ରାଜ୍ୟକୁ ଦେଶ ବିଦେଶରେ ଉପସ୍ଥାପିତ କରିବେ, ଏହା ପୂର୍ବରୁ ରାଜ୍ୟ ସମ୍ପର୍କରେ ଅଧିକ ଜ୍ଞାନ ଆହରଣର ଆବଶ୍ୟକତା ରହିଛି l ଏହି ପରିପ୍ରେକ୍ଷୀରେ ସେମାନଙ୍କର ଓଡ଼ିଶାରେ ପ୍ରଶିକ୍ଷଣ ଗୁରୁତ୍ୱପୂର୍ଣ୍ଣ l ମୁଖ୍ୟ ଶାସନ ସଚିବ ଓଡ଼ିଶାର କୃଷି, ଶିଳ୍ପ, ପ୍ରାକୃତିକ ସମ୍ପଦ, ପର୍ଯ୍ୟଟନ, ବିପର୍ଯ୍ୟୟ ପରିଚାଳନା, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ l ପ୍ରଶିକ୍ଷାର୍ଥୀମାନେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି, ଅନ୍ୟ ବିଭିନ୍ନ ଜିଲ୍ଲା ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିର ଆଦି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି l ଏହି ସାକ୍ଷାତ ସମୟରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଗୋପବନ୍ଧୁ ପ୍ରଶାସନିକ ପ୍ରଶିକ୍ଷଣ ଏକାଡେମୀର ଉପ ମହା ନିର୍ଦ୍ଦେଶକା ଶ୍ରୀମତୀ ମୋନାଲିସା ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking