14.1 C
Bhubaneswar
Monday, January 12, 2026
Homeଓଡିଶାକୋର୍ଟ ପରିସର ସୁରକ୍ଷିତ: ଏଜି ପୀତାମ୍ବର

କୋର୍ଟ ପରିସର ସୁରକ୍ଷିତ: ଏଜି ପୀତାମ୍ବର

କଟକ: କୋର୍ଟକୁ ବୋମା ଧମକ ନେଇ ଏଜି ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି । କହିଛନ୍ତି, ଏହା ସମ୍ପୁର୍ଣ୍ଣଭାବେ ଏକ ହୋକ୍ସ ମେଲ, ଆତଙ୍କିତ ହୁଅନ୍ତୁ ନାହିଁ । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛି, ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ଦ୍ଦେଶ ଦେଇ ସାରିଛନ୍ତି । ଏହା ଭିତରେ ଡିଜିିପି ମଧ୍ୟ ମୁଖ୍ୟ ବିଚାରତିଙ୍କୁ ଭେଟି ଆଲୋଚନା କରିଛନ୍ତି । ମୁଁ ଡିଜିପିଙ୍କ ସହ କଥା ହୋଇ ଜାଣିଲି, ତାମିଲନାଡୁରୁ ଜେନେରେଟ ହୋଇଛି । ତେଣୁ ଏହି ମେଲକୁ ନେଇ କେହି ବିଚଳିତ ହେବାର କାରଣ ନାହିଁ । କୋର୍ଟ ପରିସର ସମ୍ପୁର୍ଣ୍ଣ ସୁରକ୍ଷିତ ଅଛି, ଭୟଭୀତ ହୁଅନ୍ତୁ ନାହିଁ । ମୁଁ ନିଜେ ମୁଖ୍ୟ ବିଚାରପତିଙ୍କ ସହ କଥା ହୋଇଛି । ତେଣୁ କୋର୍ଟ କାର୍ଯ୍ୟ କରିବାରେ କୌଣସି ଅସୁବିଧା ନାହି। ତେଣୁ ଏହି ଗୁଜବକୁ ନେଇ କେହି ଭୟ କରିବାର କାରଣ ନାହିଁ । ସୂଚନାଥାଉକି ଆଜି ସକାଳେ ୩ କୋର୍ଟକୁ ବୋମା ଧମକ ମିଳିଛି । ସମ୍ବଲପୁର, କଟକ , ଦେବଗଡ ଜିଲ୍ଲା କୋର୍ଟକୁ ବୋମା ଧମକ ମିଳିଛି । ଇ- ମେଲ ମାଧ୍ୟମରେ କୋର୍ଟକୁ ଧମକପୂର୍ଣ୍ଣ ମେଲ ଆସିଥିଲା । ଏନେଇ ସମ୍ବଲପୁର , ଦେବଗଡ କୋର୍ଟ ପରିସରରେ ଆଣ୍ଟି ବମ ସ୍କ୍ୱାଡ ଦ୍ୱାରା ଯାଞ୍ଚ କରାଯାଇଛି । ଦେବଗଡ ଜିଲ୍ଲା ନ୍ୟାୟାଳୟରେ ୩ଟି ଆରଡିଏକ୍ସ ଥିବା ମେଲ ଆସିଛି । କଟକ ଜିଲ୍ଲା ଜଜ କୋର୍ଟ , ହାଇକୋର୍ଟ ପରିସରକୁ ଖାଲି କରାଯାଇଛି । କଟକ ଜିଲ୍ଲା ଜଜ କୋର୍ଟ ପରିସରରେ ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି । କିଏ ମେଲ କରିଛି ପୋଲିସ ଏ ଯାବତ ସ୍ପଷ୍ଟ କରି ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking