28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶମାନହାନି ମାମଲାରେ ୟୁଟ୍ୟୁବର ଧ୍ରୁଭ ରାଠୀଙ୍କୁ କୋର୍ଟରୁ ନୋଟିସ ଜାରି

ମାନହାନି ମାମଲାରେ ୟୁଟ୍ୟୁବର ଧ୍ରୁଭ ରାଠୀଙ୍କୁ କୋର୍ଟରୁ ନୋଟିସ ଜାରି

ନୂଆଦିଲ୍ଲୀ : ମାନହାନି ମାମଲାରେ ୟୁଟ୍ୟୁବର ଧ୍ରୁଭ ରାଠୀଙ୍କୁ କୋର୍ଟରୁ ନୋଟିସ ଜାରି କରାଯାଇଛି । ରାଜନୈତିକ ଭିଡିଓ କରୁଥିବା ଯୁବ ୟୁଟ୍ୟୁବର ଧ୍ରୁବ ରାଠୀଙ୍କୁ କୋର୍ଟରୁ ନୋଟିସ ଜାରି କରାଯାଇଛି । ଜଣେ ବିଜେପି ନେତା କରିଥିବା ମାନହାନୀ ମାମଲାର ଶୁଣାଣି କରି ଦିଲ୍ଲୀର ସାକେତ କୋର୍ଟ ଧ୍ରୁଭ ରାଠୀଙ୍କୁ ଏହି ନୋଟିସ ଜାରି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨ ତାରିଖରେ ହେବ । ଏହା ପୂର୍ବରୁ କୋର୍ଟରେ ରାଠୀ ତାଙ୍କ ପକ୍ଷ ରଖିବାକୁ ଜାରି ନୋଟିସରେ ନିର୍ଦ୍ଦେଶ ଦେଇଛନ୍ତି ସାକେତ କୋର୍ଟ । ମୁମ୍ବାଇ ବିଜେପି ମୁଖପାତ୍ର ସୁରେଶ କରମଶି ନାଖୁଆ ରାଠୀଙ୍କ ବିରୋଧରେ ଏହି ମାନହାନୀ ମାମଲା କରିଥିଲେ । ଧ୍ରୁବ ରାଠୀ ପ୍ରସ୍ତୁତ କରିଥିବା ଏକ ଭିଡିଓରେ ଭାରତୀୟ ଜନତା ପାର୍ଟିକୁ ସମାଲୋଚନା କରିବା ସହ ତାଙ୍କ ପ୍ରତି ମଧ୍ୟ ଧ୍ରୁବ ରାଠୀ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଥିଲେ ସୁରେଶ । ଏପରି ଭିଡିଓ ତାଙ୍କ ରାଜନୈତିକ ଓ ସାମାଜିକ ଜୀବନର ପ୍ରତିଷ୍ଠାରେ ଆଞ୍ଚ ଆଣିଛି । ଏହା ତାଙ୍କୁ ମାନସିକ ଭାବେ ଆଘାତ ଦେଇଥିବା ସେ ମାମଲାରେ ଦର୍ଶାଇଥିଲେ । କୋର୍ଟରେ ମାନହାନୀ ମାମଲା କରିବା ସହ ସେ ରାଠୀଙ୍କଠାରୁ ସେ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ମଧ୍ୟ ଦାବି କରିଥିଲେ । ଆଜି ସାକେତ ଜିଲ୍ଲାକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । ଜିଲ୍ଲା ଜଜ୍ ଗୁଞ୍ଜନ ଗୁପ୍ତା ଭିଡିଓ ପ୍ରସ୍ତୁତ କରିଥିବା ରାଠୀଙ୍କ ସହ ‘ଗୁଗୁଲ’ ଏବଂ ‘ଏକ୍ସ’ (ଟ୍ୱିଟର)କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି । ଏମାନେ ସମସ୍ତେ ଆସନ୍ତା ଶୁଣାଣି ତାରିଖ ପୂର୍ବରୁ ସେମାନଙ୍କ ପକ୍ଷ ରଖିବେ । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାମାସ ଅଗଷ୍ଟ ୨ ତାରିଖରେ ହେବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking