24.1 C
Bhubaneswar
Friday, March 7, 2025
Homeଦେଶ ବିଦେଶନିଆଁରେ ପୋଡ଼ି ହୋଇ ଚାଲିଗଲା ଦମ୍ପତିଙ୍କ ଜୀବନ

ନିଆଁରେ ପୋଡ଼ି ହୋଇ ଚାଲିଗଲା ଦମ୍ପତିଙ୍କ ଜୀବନ

କେରଳ: କେରଳର ଅଲପ୍ପୁଝା ଜିଲ୍ଲାରେ ଶନିବାର ଭୋର୍ ସମୟରେ ଘରେ ନିଆଁ ଲାଗି ଜଣେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ ରାଘବନ (୯୬) ଓ ତାଙ୍କ ପତ୍ନୀ ଭାରତୀ (୮୬) । ଏହି ଦମ୍ପତି ଚେନ୍ନିଥଲା ଗାଁର ବାସିନ୍ଦା ଥିଲେ । ଏହି ଘଟଣାରେ ପୋଲିସ ମୃତ ଦମ୍ପତିଙ୍କ ପୁଅ ବିଜୟନଙ୍କୁ ଥାନାରେ ଅଟକ ରଖିଛି । ସମ୍ପତ୍ତିକୁ ନେଇ ବିଜୟନଙ୍କର ମାଆ, ବାପାଙ୍କ ସହ ବିବାଦ ଚାଲିଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଭୋର୍ ପ୍ରାୟ ୩ଟା ୩୦ ବେଳେ ଘରେ ନିଆଁ ଲାଗିଥିବା ଜଣେ ଅଟୋରିକ୍ସା ଚାଳକ ଦେଖିବାକୁ ପାଇଥିଲେ । ଏହାପରେ ଗ୍ରାମବାସୀ ଏ ନେଇ ପୋଲିସ ଏବଂ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଅଧିକାରୀମାନେ ପହଞ୍ଚି କହୁ କଷ୍ଟରେ ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳକୁ ଘର ସମ୍ପୂର୍ଣ୍ଣ ଭାବରେ ଜଳିସାରିଥିଲା । ପୋଲିସ ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ଜଳନ୍ତା ମୃତଦେହକୁ ଜବତ କରିଛି । ଏହି ଘଟଣାରେ ସ୍ଥାନୀୟ ପୋଲିସ ବିଜୟନଙ୍କୁ ସନ୍ଦେହରେ ଅଟକ ରଖିଛି । ତାଙ୍କୁ ପାଖ ଏକ ପ୍ଲଟରୁ ଧରି ପୋଲିସ ଥାନାକୁ ନେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ଏହି ଅଗ୍ନିକାଣ୍ଡରେ ଘରଟି ସମ୍ପୂର୍ଣ୍ଣ ରୂପେ ଜଳି ଯାଇଛି । ବର୍ତ୍ତମାନ ବିଜୟନଙ୍କୁ ପୋଲିସ ପଚରାଉଚରା କରୁଛି । ଏହି ମାମଲାରେ ସମସ୍ତ ଦିଗରୁ ତଦନ୍ତ କରାଯାଉଥିବା ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking