16.1 C
Bhubaneswar
Sunday, December 7, 2025
Homeଓଡିଶାଫ୍ୟାନ୍‌ରେ ଝୁଲି ପଡିଲେ ଦମ୍ପତି

ଫ୍ୟାନ୍‌ରେ ଝୁଲି ପଡିଲେ ଦମ୍ପତି

ବ୍ରହ୍ମବରଦା: ବେକରେ ରଶି ଲଗାଇ ଫ୍ୟାନ୍‌ରେ ଝୁଲି ପଡିଲେ ଦମ୍ପତି । ମୃତକ ବିଜୟ ରାଉତ (୬୦) ଓ ତାଙ୍କ ସ୍ତ୍ରୀ ପଦ୍ମିନୀ (୫୫) ବୋଲି ଜଣା ପଡ଼ିଛି । ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଅର୍ଥଙ୍ଗା ପଞ୍ଚାୟତ କୋଠା ସାହି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ମୁତାବକ, ବେଙ୍ଗାଲୁରୁରେ ରହୁଥିବା ବିଜୟଙ୍କ ପୁଅ ଆଜି ସକାଳୁ ଘରକୁ ଫୋନ୍‌ କରିଥିଲେ । କେହି ଫୋନ ନଉଠାଇବାରୁ ସାଙ୍ଗ ସୋମନାଥକୁ ଘରକୁ ଯିବା ପାଇଁ କହିଥିଲେ। ସେଠାରେ ଯାଇ ଠାକୁର ଘରେ ଦୁହିଁଙ୍କର ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଖବର ପାଇବା ପରେ ଗାଁ ଲୋକେ ଉକ୍ତ ସ୍ଥାନରେ ରୁଣ୍ଡ ହୋଇଯାଇଥିଲେ । ଖବର ପାଇ ବ୍ରହ୍ମବରଦା ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛି । ତେବେ ଘରର କାନ୍ଥରେ ତିନି ଭଉଣୀଙ୍କ ପାଇଁ ଜୀବନ ହାରିଲେ ବୋଲି ଲେଖା ଯାଇଥିବା ଦେଖିବାକୁ ମିଳିଛି । କୌଣସି ଚାପ କିମ୍ବା ମାନସିକ ଭାରସାମ୍ୟ ହରାଇ ଦୁହେଁ ଏଭଳି ପଦକ୍ଷେପ ନେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking