21.1 C
Bhubaneswar
Tuesday, February 10, 2026
Homeଓଡିଶାପଙ୍ଖାରେ ଝୁଲି ପଡ଼ିଲେ ଦମ୍ପତି

ପଙ୍ଖାରେ ଝୁଲି ପଡ଼ିଲେ ଦମ୍ପତି

ଧର୍ମଶାଳା: ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜେନାପୁର ଥାନା ମଧୁପୁରଗଡ଼ ପଞ୍ଚାୟତ କୁକୁଡ଼ା ଖାଳେଇ ଗ୍ରାମରେ ଏକ ଦମ୍ପତି ନିଜ ଘର ପଙ୍ଖାରେ ରଶି ଲଗାଇ ଅତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଦମ୍ପତି କୁକୁଡା ଖାଳେଇ ଗ୍ରାମର ବାବୁଲା ମଲିକଙ୍କ ପୁଅ ଜର୍ଜ ମଲିକ (୨୪) ଏବଂ ବୋହୂ ଝରଣା ମଲିକ (୨ ୨) ବୋଲି ଜଣାଯାଇଛି । ପ୍ରକାଶ, ଗତକାଲି ଗାଁରେ ଅଷ୍ଟ ପ୍ରହରୀ ଚାଲିଥିବା ବେଳେ ଉଭୟ ପତି,ପତ୍ନୀ ସେଠାକୁ ଆସି ଠାକୁରଙ୍କୁ ଦର୍ଶନ କରି ଫେରିଥିଲେ। ହେଲେ ରାତି ପ୍ରାୟ ୯.୩୦ବେଳେ କୌଣସୀ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଉଭୟ ଗୋଟିଏ ସିଲିଂ ଫ୍ୟାନ୍‌ରେ ରସିଲଗାଇ ଝୁଲିପଡିଥିଲେ। ପରେ ପୁଅ ଜଜ୍ ଅଷ୍ଟପ୍ରହରୀରକୁ ନ ଫେରିବାରୁ ବାପା ବାବୁଲା ମଲିକ ତାକୁ ଡାକିବାକୁ ଘରକୁ ଯାଇଥିଲେ। ପୁଅକୁ ଡାକିବାକୁ ଘରକୁ ଆସିଥିବା ବାପା ଘର କବାଟ ଖୋଲିବାକୁ ଚେଷ୍ଟା କରି ବିଫଳ ହେବାରୁ ମନରେ ସନ୍ଦେହ ହେବାରୁ କବାଟ ଭାଙ୍ଗିବା ପରେ ଉଭୟ ପତି ଓ ପତ୍ନୀ ଏକ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ୧୦୮କୁ ଫୋନ କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଜେନାପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ମୃତଦେହକୁ ଜବତ କରି ବ୍ୟବଛେଦ କରାଇ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking