25.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଶିଶୁକୁ ବିଷ ଦେଇ ଆତ୍ମହତ୍ୟା କଲେ ଦମ୍ପତ୍ତି

ଶିଶୁକୁ ବିଷ ଦେଇ ଆତ୍ମହତ୍ୟା କଲେ ଦମ୍ପତ୍ତି

ଉତ୍ତରପ୍ରଦେଶର: ଉତ୍ତରପ୍ରଦେଶରରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା। ଶିଶୁକୁ ବିଷ ଦେଇ ଆତ୍ମହତ୍ୟା କରିଛନ୍ତି ଦମ୍ପତ୍ତି। ସୂଚନା ଅନୁସାରେ, ଉତ୍ତରପ୍ରଦେଶର ଶାହାଜାହାନପୁରରେ ଏକ ଦମ୍ପତି ନିଜର ୪ ମାସର ପୁତ୍ରକୁ ବିଷ ଖୁଆଇ ମାରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ପୋଲିସ କହିଛି, ଏହାର ମୂଳ କାରଣ ଥିଲା ତାଙ୍କ ଉପରେ ଥିବା ଅସହଣୀୟ ଋଣର ବୋଝ। ବୁଧବାର ସକାଳେ ପରିବାରର ତିନିଜଣଙ୍କ ମୃତଦେହ ଭିନ୍ନ ଭିନ୍ନ କୋଠରୀରେ ଆତ୍ମୀୟମାନେ ଦେଖିଥିଲେ। ପୋଲିସ ଅନୁଯାୟୀ, ସଚିନ ଗ୍ରୋଭର (୩୦), ଜଣେ ହସ୍ତତନ୍ତ ବ୍ୟବସାୟୀ, ଓ ତାଙ୍କ ପତ୍ନୀ ଶିବାନୀ (୨୮) ନିଜର ୪ ମାସର ପୁତ୍ର ଫତେହଙ୍କ ସହ ଏହି ଘଟଣା ଘଟାଇଛନ୍ତି। ଘଟଣାସ୍ଥଳରୁ ମିଳିଥିବା ଏକ ଆତ୍ମହତ୍ୟା ନୋଟ୍‌ରେ ସଚିନ ଲେଖିଛନ୍ତି, “ମୋ ପରିବାର ପ୍ରତି ମୋର କୌଣସି ଅଭିଯୋଗ ନାହିଁ; ସେମାନେ ମୋତେ ସମର୍ଥନ କରିଥିଲେ।

ଦୟାକରି ଆମ କାର ଓ ଘର ବିକ୍ରି କରି ଋଣ ପରିଶୋଧ କରନ୍ତୁ, ଯେପରି କେହି ଆମ ଋଣ ଅପରିଶୋଧିତ ରହିଲା ବୋଲି ନ କହିବେ।” ପୋଲିସ କହିଛି, “ମଙ୍ଗଳବାର ରାତିରେ ଦମ୍ପତି ନିଜକୁ ସିଲିଂ ଫ୍ୟାନ୍‌ରେ ଝୁଲାଇ ଆତ୍ମହତ୍ୟା କରିଛନ୍ତି। ଶିଶୁଟିର ମୃତଦେହ ଅନ୍ୟ ଏକ କୋଠରୀରେ ମିଳିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପିତାମାତା ପ୍ରଥମେ ଶିଶୁକୁ ବିଷ ଖୁଆଇଛନ୍ତି, ପରେ ନିଜେ ଜୀବନ ହାରିଛନ୍ତି।” ପୋଲିସ ଅନୁସାରେ, ଏହି ପରିବାର ନିଜ ଘରର ଦ୍ୱିତୀୟ ମହଲାରେ ରହୁଥିଲେ, ଏବଂ ତଳ ମହଲାରେ ରହୁଥିବା ଆତ୍ମୀୟମାନେ ମୃତଦେହ ଆବିଷ୍କାର କରିଥିଲେ। ସଚିନଙ୍କ ମାଆ ପୋଲିସକୁ କହିଛନ୍ତି ଯେ ମଙ୍ଗଳବାର ସନ୍ଧ୍ୟାରେ ସଚିନ ବ୍ୟାଙ୍କରେ ୫ ଲକ୍ଷ ଟଙ୍କା ଜମା କରିବା ଆବଶ୍ୟକ ଥିବା କଥା କହିଥିଲେ, କିନ୍ତୁ ସେ ମାତ୍ର ୩ ଲକ୍ଷ ଟଙ୍କା ମ୍ୟାନେଜ୍‌ କରିପାରିଥିଲେ, ଯାହା ତାଙ୍କୁ ମାନସିକ ଚାପରେ ରଖିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking