18.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶରାଣିଲ ବିକ୍ରମ୍‌ସିଂଘେଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ

ରାଣିଲ ବିକ୍ରମ୍‌ସିଂଘେଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ

କଲମ୍ବୋ: ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇପଡିଥିବା ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାଣିଲ୍ ବିକ୍ରମସିଂଘେଙ୍କୁ ଶୁକ୍ରବାର ଗିରଫ କରାଯାଇଛି । ତାଙ୍କ ବିରୋଧରେ ବ୍ୟକ୍ତିଗତ କାମରେ ସରକାରୀ ଅର୍ଥର ଅପବ୍ୟବହାର କରିଥିବା ଭଳି ସଂଗୀନ ଅଭିଯୋଗ ରହିଛି । ଶ୍ରୀଲଙ୍କାର ସମ୍ବାଦପତ୍ର ‘ଦି ଡେଲି ମିରର’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୨୩ ସେପ୍ଟେମ୍ବର ମାସରେ ଲଣ୍ଡନ୍ ସ୍ଥିତ ୱଲଭରହାମ୍ପଟନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶ୍ରୀ ରାଣିଲ୍‌ଙ୍କ ପତ୍ନୀ ମୈତ୍ରୀ ବିକ୍ରମସିଂଘେଙ୍କ ସମ୍ମାନାର୍ଥେ ଏକ ସମାରୋହର ଆୟୋଜନ କରାଯାଇଥିଲା । ତେବେ ଏହି କାର୍ଯ୍ୟକ୍ରମରେ ପତ୍ନୀ ମୈତ୍ରୀ ବିକ୍ରମସିଂଘେଙ୍କ ସହ ରାଣିଲ୍ ବିକ୍ରମସିଂଘେ ମଧ୍ୟ ଲଣ୍ଡନ୍ ଯାତ୍ରା କରିଥିଲେ । ତେବେ ଏହି ସମୟରେ ଲଣ୍ଡନ ଯାତ୍ରା ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ରାଣିଲ୍ ସରକାରୀ ରାଜସ୍ୱରୁ ଖର୍ଚ୍ଚ କରିଥିଲେ ବୋଲି ପରବର୍ତ୍ତୀ ସମୟରେ ଜଣାପଡିଥିଲା । ସେ ସରକାରୀ ଅର୍ଥ ଓ ବ୍ୟବସ୍ଥାର ଅପବ୍ୟବହାର କରି ଲଣ୍ଡନ ଯାତ୍ରା କରିଥିବା ନେଇ ଅଭିଯୋଗ ହୋଇଥିଲା ।

ଏବେ ରାଣିଲ ବିକ୍ରମସିଂଘେଙ୍କୁ କଲମ୍ବୋ ଫୋର୍ଟ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯିବ । ବିକ୍ରମସିଂଘେଙ୍କ ବିରୋଧରେ ଦେଶର ସମ୍ବଳକୁ ବ୍ୟକ୍ତିଗତ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରିବାର ଅଭିଯୋଗ ଉପରେ ଶୁଣାଣି ହେବ । କିନ୍ତୁ ରାଣିଲ ବର୍ତ୍ତମାନ ସୁଦ୍ଧା ଏସବୁ ଅଭିଯୋଗକୁ ଖଣ୍ଡନ କରିଆସୁଛନ୍ତି ଏବଂ ତାଙ୍କ ପତ୍ନୀ ଏବଂ ସେ ନିଜ ଅର୍ଥରେ ଲଣ୍ଡନ ଗସ୍ତ କରିଥିବା ଏବଂ କୌଣସି ସରକାରୀ ଅର୍ଥ ଖର୍ଚ୍ଚ ହୋଇନଥିବା ଦାବି କରିଆସୁଛନ୍ତି । ଏପରିକି ରାଣିଲ ବିକ୍ରମସିଂଘେ ନିଜ ସୁରକ୍ଷାକର୍ମୀଙ୍କୁ ମଧ୍ୟ ସରକାରୀ କୋଷାଗାରରୁ ଦରମା ଦେଉଥିବାର ଅଭିଯୋଗ ହୋଇଛି । ତେବେ ଏସବୁ ଅଭିଯୋଗ ଉପରେ ତାଙ୍କ ବୟାନ ରେକର୍ଡ କରାଇବା ପାଇଁ ରାଣିଲଙ୍କୁ ଶ୍ରୀଲଙ୍କାର ତଦନ୍ତ ଏଜେନ୍ସି ସିଆଇଡି କାର୍ଯ୍ୟାଳୟକୁ ଡକାଯାଇଥିଲା । ରାଣିଲ ଏଠାରେ ପହଞ୍ôଚ ଜେରାର ସମ୍ମୁଖୀନ ହେବାର କିଛି ଘଣ୍ଟା ମଧ୍ୟରେ ତାଙ୍କୁ ଗିରଫ କରାଯାଇଛି ।

ଗୋଟାବାୟା ରାଜପାକ୍‌ସେଙ୍କ କାର୍ଯ୍ୟକାଳ ପୂରଣ କରିବା ପାଇଁ ରାଣିଲ ବିକ୍ରମସିଙ୍ଘେ ଜୁଲାଇ ୨୦୨୨ରେ ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଦୁର୍ନୀତି ଅଭିଯୋଗକୁ ନେଇ ରାଜପାକ୍‌ସେଙ୍କ ବିରୋଧରେ ସମଗ୍ର ଶ୍ରୀଲଙ୍କାରେ ବିରୋଧ ପ୍ରଦର୍ଶନ ହୋଇଥିଲା । ଏଥିପାଇଁ ରାଜପାକ୍‌ସେଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ଶ୍ରୀଲଙ୍କାର ସବୁଠାରୁ ଖରାପ ଆର୍ôଥକ ସଙ୍କଟ ପରେ ୨୦୨୨ରେ ଦେଶର ଅର୍ଥନୀତିକୁ ସ୍ଥିର କରିବାରେ ରାଣିଲ ବିକ୍ରମସିଙ୍ଘେଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିଲା । କିନ୍ତୁ ସେ ପରବର୍ତ୍ତୀ ନିର୍ବାଚନରେ ପରାଜିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking