ଭୁବନେଶ୍ୱର: ଗ୍ରୀଷ୍ମ ଋତୁରେ ଧନିଆ ପତ୍ର ଗୁଡିକ ମଉଳି ନଷ୍ଟ ହୋଇଯାଏ । ଧନିଆ ପତ୍ର ଖାଦ୍ୟର ସ୍ୱାଦ ବଢାଇବା ସହ ଭଲ ସୁଗନ୍ଧ ଦେଇଥାଏ । ଅତ୍ୟଧିକ ଗରମ ଏବଂ ଆଦ୍ରତାର ଅଭାବ ଯୋଗୁଁ ଏହା ସୀଘ୍ର ଶୁଖିଯିବାକୁ ଆରମ୍ଭ କରେ ଯାବା ଫଳରେ ପତ୍ରକୁ ଫୋପାଡି ଦେଇଥାଉ । ପ୍ରଥମେ ଧନିଆକୁ ଭଲ ଭାବରେ ଧୋଇ ଶୁଖାଇ ଦିଅନ୍ତୁ ତାପରେ ଏହାକୁ ଏକ ଶୁଖାଇ ଦିଅନ୍ତୁ । ସଫା କପଡା କିମ୍ବା ପେପରରେ ଗୁଡାଇ ଫ୍ରିଜରେ ରଖନ୍ତୁ । ଏହି ପଦ୍ଧତି କରିବା ଦ୍ହାରା ଧନିଆ ପତ୍ର ନଷ୍ଟ ହୋଇନଥାଏ । ଯଦି ଆପଣ ଏହାକୁ ଅଧିକ ସମୟ ଧରି ରଖିବାକୁ ଚାହୁଁଛନ୍ତି . ତେବେ ଆପଣ ଧନିଆକୁ ଭଲ ଭାବରେ କାଟି ଫ୍ରିଜରେ ଛୋଟ ଛୋଟ ଅଂଶ ରେ ସଂରକ୍ଷଣ କରିପାରିବେ ।