28.1 C
Bhubaneswar
Saturday, March 28, 2026
Homeଓଡିଶାଦୋଷ ହୋଇଥିଲେ କାର୍ଯ୍ୟାନୁଷ୍ଠାନ: ଆଇନ ମନ୍ତ୍ରୀ

ଦୋଷ ହୋଇଥିଲେ କାର୍ଯ୍ୟାନୁଷ୍ଠାନ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ବିଷ୍ଣୁପଦ ସେଠୀଙ୍କ ପ୍ରସଙ୍ଗରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ମାମଲା ରେ ସିବିଆଇ ତଦନ୍ତ କରୁଛି । ତଦନ୍ତରେ ଦୋଷୀ ସାବ୍ୟସ୍ତ ହେଲେ ସରକାର ଚିନ୍ତା କରିବେ । ଆରମ୍ଭରୁ କହିଛୁ, ଦୁର୍ନୀତି ପାଇଁ ଶୂନ ସହନଶୀଳତା ନୀତି । ଯିଏ ବି ଦୋଷୀ ହୁଅନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ସେହିପରି ଦିଲ୍ଲୀରେ ହାଜର ହୋଇପାରନ୍ତି ଆଇଏଏସ ବିଷ୍ଣୁପଦ ସେଠୀ। ଦିଲ୍ଲୀରେ ହାଜର ହେବା ନେଇ ସିବିଆଇକୁ ବିଷ୍ଣୁପଦ ଚିଠି ଲେଖିଥିବା ସୂଚନା ମିଳିଛି। ଦିଲ୍ଲୀରେ ହାଜର ହୋଇ ତଦନ୍ତରେ ସହଯୋଗ କରିବା ସହ ସମସ୍ତ ତଥ୍ୟ ରଖିବେ ବୋଲି ବିଷ୍ଣୁପଦ ଚିଠିରେ ଉଲ୍ଲେଖ କରିଛନ୍ତି। ଏଥିସହ ଭୁବନେଶ୍ୱରରେ ହାଜର ନ ହେବା ପାଇଁ ସେ ଚିଠି ଲେଖିଥିବା ଜଣାପଡ଼ିଛି। ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଜିଜିଏମ୍ ଙ୍କ ସହ ୧୫ ଲକ୍ଷ ଟଙ୍କା କାରବାର ମାମଲାରେ ବିଷ୍ଣୁପଦ ସେଠୀଙ୍କୁ ସମନ କରିଛି ସିବିଆଇ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking