19.1 C
Bhubaneswar
Friday, February 6, 2026
Homeଓଡିଶାଛାତ୍ରୀ ଓ ନାରୀ ସୁରକ୍ଷା ପାଇଁ ଯାଜପୁର ରୋଡ ଠାରେ କନଭେନସନ

ଛାତ୍ରୀ ଓ ନାରୀ ସୁରକ୍ଷା ପାଇଁ ଯାଜପୁର ରୋଡ ଠାରେ କନଭେନସନ

ଯାଜପୁର: ଆଜି ଯାଜପୁର ରୋଡର ଧବଳଗିରି ଠାରେ ଛାତ୍ରୀ – ମହିଳା ମାନଙ୍କୁ ସୁରକ୍ଷା ଯୋଗାଇ ଦେବା,ମଦ ଡ୍ରଗ୍ସ କୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା,ଅଶ୍ଳୀଳତା, ଅପସଂସ୍କୃତିର ପ୍ରଚାର ପ୍ରସାର ବନ୍ଦ କରିବା ଆଦି ଦାବିରେ ଏକ କନଭେନସନ୍ ବରିଷ୍ଟ ଆଇନିଜିବୀ ସୁଧାଂଶୁ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବିଭିନ୍ନ ନିର୍ଯ୍ୟାତନାର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଛାତ୍ରୀ ଓ ମହିଳା ମାନଙ୍କ ସ୍ମୃତିରେ ଏକ ମିନିଟ ନିରବତା ଅବଲମ୍ବନ କରାଯାଇ ଥିଲା। ଏହାପରେ କନଭେନସନ୍ ର ଭିତ୍ତିପତ୍ର ପାଠ କରିଥିଲେ ନାରୀନେତ୍ରୀ ଶ୍ରୀମତୀ ମିନତି ଲତା ବାରିକ। ଏହି ଭିତ୍ତିପତ୍ର ସମର୍ଥନରେ ବକ୍ତବ୍ୟ ରଖିଥିଲେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଦୁଷ୍ମନ୍ତ କୁମାର ନାୟକ, ବରିଷ୍ଟ ଆଇନିଜିବୀ ଶ୍ରୀଯୁକ୍ତ ନାରାୟଣ ପ୍ରସାଦ ପତି, ବ୍ୟାସନଗର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଆବୁ ତାହିର୍, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଜୟ କୁମାର ଦେଓ, ଅବସରପ୍ରାପ୍ତ ଶିକ୍ଷୟତ୍ରୀ ପ୍ରମୋଦିନୀ ଦାସ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ରୁକ୍ମିଣୀ ସାହୁ, ନିରୁପମା ବେହେରା ଓ ଶିକ୍ଷକ ସହଦେବ ପଣ୍ଡା ପ୍ରଭୃତି ବକ୍ତବ୍ୟ ରଖିଥିଲେ ।

ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବାପାଇଁ ସଭାମଞ୍ଚରୁ ନାରୀ – ଛାତ୍ରୀ ସୁରକ୍ଷା କମିଟି ପାଇଁ କନଭେନସନର ସଭାପତି ଶ୍ରୀଯୁକ୍ତ ଦାସ ଏକ ପ୍ରସ୍ତାବ ଆଗତ କରିଥିଲେ । ସର୍ବସମ୍ମତି କ୍ରମେ ଏହି କମିଟି ସମର୍ଥନ ଲାଭ କରିଥିଲା । ଏହି କମିଟିର ଉପଦେଷ୍ଟା ଭାବେ ଆଡଭୋକେଟ ସୁଧାଂଶୁ ଦାସ, ପ୍ରଫେସର ଦୁଷ୍ମନ୍ତ ରାଉତ, ପ୍ରଫେସର ଆବୁ ତାହିର, ସଭାପତି ଭାବେ ଆଡଭୋକେଟ ନାରାୟଣ ପ୍ରସାଦ ପତି, ଉପ ସଭାପତି ଭାବେ ଅବସରପ୍ରାପ୍ତ ଶିକ୍ଷକ ସଂଜୟ କୁମାର ଦେଓ, ରୁକ୍ମିଣୀ ସାହୁ ଓ ପ୍ରମୋଦିନି ଦାସ, ସମ୍ପାଦିକା ଭାବେ ନିରୁପମା ବେହେରା, ସହ ସମ୍ପାଦକ ଭାବେ ଆଡଭୋକଟେ ସନ୍ତୋଷ ସାହୁ,ଆଡ଼ଭୋକେଟ ପ୍ରିତିପ୍ଲାଜା ମହାପାତ୍ର,ଅବସରପ୍ରାପ୍ତ ଶିକ୍ଷକ ମାନସ କୁମାର ସାମଲ ଓ ଶିକ୍ଷକ ସହଦେବ ପଣ୍ଡା ଏବଂ ଉପସ୍ଥିତ ଥିବା ଅନ୍ଯ ସମସ୍ତ ଙ୍କୁ କମିଟିର ସଦସ୍ୟ କରି ଏକ କମିଟି ଘୋଷଣା କରାଯାଇଥିଲା। ସଭାପତିଙ୍କ ଅଭିଭାଷଣ ପରେ କନଭେନସନ୍ କାର୍ଯ୍ୟ ଶେଷ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking