କଟକ: କଟକ ଛତ୍ରବଜାର ଅର୍ବାନ ହାଟକୁ ନେଇ ବିବାଦ ଦେଖାଦେଇଛି । ଟେଣ୍ଡର ପ୍ରକ୍ରିୟାକୁ ବିରୋଧ କରାଯାଇଛି । ପିଣ୍ଡି ଟେଣ୍ଡର ପ୍ରକ୍ରିୟାକୁ ବିରୋଧ କଲେ ଛତ୍ରବଜାର ପୂଜା କମିଟି ସଂପାଦକ । ଛତ୍ରବଜାର ବ୍ୟବସାୟୀ ସଂଘକୁ ପରିଚାଳନା ଦାୟିତ୍ୱ ଦେବାକୁ ଦାବି କରିଛନ୍ତି ।ଟଣ୍ଡେର ହେଲେ ପିଣ୍ଡିର ମୂଲ୍ୟ ବଢିବ । ବ୍ୟବସାୟୀ ଓ ଖାଉଟିଙ୍କ ଅସହ୍ୟ ହେବ । ସିଏମସି ଟେଣ୍ଡର ପ୍ରକ୍ରିୟା ବନ୍ଦ ନକଲେ ୨୮ ଓ ୨୯ରେ ଅର୍ବାନ ହାଟ ବନ୍ଦ ନିଷ୍ପତ୍ତି ନିଆଯଆଇଛି ।










