22.1 C
Bhubaneswar
Thursday, February 12, 2026
Homeଓଡିଶାବାଲିଯାତ୍ରାକୁ ନେଇ ଦ୍ୱନ୍ଦ

ବାଲିଯାତ୍ରାକୁ ନେଇ ଦ୍ୱନ୍ଦ

କଟକ: ନଭେମ୍ବର ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ଐତିହାସିକ କଟକ ବାଲିଯାତ୍ରା ଆୟୋଜନକୁ ନେଇ ଏବେ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ହାଇକୋର୍ଟରେ ସହର ସମସ୍ୟା ଶୁଣାଣି ବେଳେ ବାଲିଯାତ୍ରା ଆୟୋଜନକୁ ସଂପୂର୍ଣ୍ଣ ଭାବେ ତଳପଡ଼ିଆରେ କରିବା ପାଇଁ ପ୍ରସ୍ତାବ ଆସିବା ପରେ ଅଦାଲତ ଜିଲ୍ଲାପାଳଙ୍କୁ ଏ ସଂକ୍ରାନ୍ତରେ ବୈଠକ ଡାକି ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହାକୁ ନେଇ ଗୋଟିଏ ପଟେ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ଙ୍କ ନିର୍ଦ୍ଦେଶ ଓ ଅନ୍ୟପଟେ ବାଲିଯାତ୍ରାର ଐତିହାସିକ ପୃଷ୍ଠଭୂମି ବାଧକ ସାଜିବାକୁ ଯାଉଛି। ଏହାକୁ ନେଇ ବିଭିନ୍ନ ମହ‌ଲରେ ବିତର୍କ ବି ଆରମ୍ଭ ହୋଇଯାଇଛି। ତଥ୍ୟ ଅନୁଯାୟୀ ବର୍ଷ ବର୍ଷ ଧରି ବାଲିଯାତ୍ରା କେବଳ ଉପର ପଡ଼ିଆରେ ଆୟୋଜନ ହୋଇ ଆସୁଥିଲା। କଳେବର ବଢ଼ିବାରୁ ନବେ ଦଶକରେ ଆୟୋଜନ ତଳ ପଡ଼ିଆକୁ ସଂପ୍ରସାରଣ ହେଲା। ସେହି ସମୟରେ ତଳ ପଡ଼ିଆକୁ ବ୍ୟବସାୟୀ ଯିବା ପାଇଁ ଅମଙ୍ଗ ହେଉଥିବା ବେଳେ ସମୟକ୍ରମେ ତଳ ପଡ଼ିଆର ଆକର୍ଷଣ ବଢ଼ିଲା। କିନ୍ତୁ ଦୁଇ ପଡ଼ିଆରେ ବାଲିଯାତ୍ରା ଆୟୋଜନ ରିଂ ବନ୍ଧ ଓ ଦୁଇ ପଡ଼ିଆର ସଂଯୋଗ ସ୍ଥାନରେ ସାଂଘାତିକ ସ୍ଥିତି ସୃଷ୍ଟି କରିବା ସହିତ ଦଳାଚକଟା ଆଶଙ୍କା ବଢ଼ୁଛି ବୋଲି ହାଇକୋର୍ଟରେ ଶୁଣାଣି ସମୟରେ ଦର୍ଶାଯାଇଥିଲା। ତେଣୁ ଆୟୋଜନକୁ ବ୍ୟବସ୍ଥିତ କରିବା ଲାଗି ତଳ ପଡ଼ିଆରେ ବାଲିଯାତ୍ରା ଆୟୋଜନ ଏବଂ ଉପର ପଡ଼ିଆରେ କେବଳ ଗାଡ଼ି ପାର୍କିଂ ପାଇଁ ପ୍ରସ୍ତାବ ରହିଛି। କିନ୍ତୁ ଏନ୍‌ଜିଟିର ନିର୍ଦ୍ଦେଶ ଅନୁସାରେ, ତଳ ପଡ଼ିଆରେ ୩୪ ଏକରରୁ ଅଧିକ ସ୍ଥାନରେ ବାଲିଯାତ୍ରା ଆୟୋଜନ ହୋଇ ପାରିବନାହିଁ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking