26.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଭାଷାକୁ ନେଇ ବିବାଦ: ଅସନ୍ତୋଷ ଝାଡିଲେ ସିଏମ୍‌

ଭାଷାକୁ ନେଇ ବିବାଦ: ଅସନ୍ତୋଷ ଝାଡିଲେ ସିଏମ୍‌

ତାମିଲନାଡୁ: ଦେଶରେ ଜାତୀୟ ଶିକ୍ଷାନୀତି ଲାଗୁ କରିବା ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ପରେ ବିବାଦ ବଢିଛି । ଖାସ କରି ତାମିଲନାଡୁରେ ଏହାର ଝଲକ ଦେଖିବାକୁ ମିଳିଛି । ଜାତୀୟଶିକ୍ଷା ନୀତି ୨୦୨୦ ଅନୁଯାୟୀ ପ୍ରତ୍ୟେକ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଟ୍ରାଏ ଲାଙ୍ଗୁଏଜ ସିଷ୍ଟମକୁ ବିଶେଷ ଗୁରୁତ୍ବ ଦିଆଯାଉଛି । ହିନ୍ଦୀ, ଇଂରାଜୀ ସହ ରାଜ୍ୟର ଆଞ୍ଚଳିକ ଭାଷାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ ନେଇ ଲକ୍ଷ ରଖିଛି କେନ୍ଦ୍ର ସରକାର । ତେବେ ତାମିଲନାଡୁ ସରକାରଙ୍କ ପକ୍ଷରୁ ଜାତୀୟ ଶିକ୍ଷା ନୀତି ଲାଗୁକୁ ଘୋର ବିରୋଧ କରାଯାଇଛି । ରାଜନୀତିରୁ ଉର୍ଦ୍ଧ୍ବକୁ ଉଠି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ହିତ ଚିନ୍ତା କରନ୍ତୁ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେପଟେ ତାମିଲନାଡୁ ନିଜର ଦ୍ବିଭାଷୀ ନୀତିରୁ କେବେ ପଛକୁ ହଟିବ ନାହିଁ, କୌଣସି ବି ପରିସ୍ଥିତିରେ ତାମିଲନାଡୁରେ ହିନ୍ଦୀକୁ ସ୍ଥାନ ମିଳିବ ନାହିଁ ବୋଲି ଏମ.କେ ଷ୍ଟାଲିନ ସ୍ପଷ୍ଟ କରିଛନ୍ତି । ଏମିତିକି ଷ୍ଟାଲିନ କହିଛନ୍ତି, ମାତୃଭାଷା ଲାଗି ଦରକାର ପଡ଼ିଲେ ଆମେ ଜୀବନ ଦେବୁ ବୋଲି କହିବାକୁ ପଛାଇନାହାନ୍ତି । ଯାହାକୁ ନେଇ ପୁରା ଦେଶରେ ଏବେ ନୂଆ ବିବାଦ ଦେଖିବାକୁ ମିଳିଛି । ଭାଷାକୁ ନେଇ ବିବାଦ ଏବେ ହେଲା ତାହା ନୁହେଁ ବରଂ ଅନେକ ବର୍ଷରୁ ହେଲାଣି । ଖାସ କରି ତାମିଲନାଡୁ ପରି ରାଜ୍ୟରେ ରାଷ୍ଟ୍ରୀୟ ଭାଷାକୁ ବିରୋଧ କିଛି ନୂଆ କଥା ନୁହେଁ । ସ୍ବାଧୀନତା ପୂର୍ବରୁ ୧୯୩୭ରେ ମାଡ୍ରାସ ପ୍ରେସିଡେନ୍ସିରେ ସ୍କୁଲ ଶିକ୍ଷାରେ ହିନ୍ଦୀ ଭାଷାର ପ୍ରଚଳନକୁ ନେଇ ପ୍ରଥମେ ବିରୋଧର ସ୍ବର ଉଠିଥିଲା । ଏହାକୁ ନେଇ ୩ ବର୍ଷ ଧରି ଚାଲିଥିଲା ଆନ୍ଦୋଳନ। ସ୍ବାଧୀନତା ପରେ ୧୯୫୦ ମସିହାରେ ପୁଣିଥରେ ମୁଣ୍ଡ ଟେକିଥିଲା ହିନ୍ଦୀ ବିରୋଧୀ ଅଭିଯାନ । ପରେ ୧୯୬୩ରେ ରାଜଭାଷା ଅଧିନିୟମ ଆସିବା ସମୟରେ ତାମିଲନାଡୁରେ ଏହାକୁ ବିରୋଧ କରାଯାଇଥିଲା। ୧୯୬୫ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଆନ୍ନାଦୁରାଇ ହିନ୍ଦୀକୁ ନେଇ ଶୋକ ଦିବସ ଘୋଷଣା କରିବାକୁ ପଛାଇ ନଥିଲେ ।  ସ୍ଥିତି ଏମିତି ହୋଇଥିଲା ଯେ ଏହାକୁ ବିରୋଧ କରି ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ ଦୁଇଜଣ କେନ୍ଦ୍ରମନ୍ତ୍ରୀ। କଥାହେଲା କେବଳ ତାମିଲନାଡୁର ଶାସକ ଦଳ ବିରୋଧ କରୁଛି ତାହା ନୁହେଁ ବରଂ ବିରୋଧୀ ଦଳ ବି ଏନଇପି ଆଳରେ ହିନ୍ଦୀ ଭାଷାର ପ୍ରଚଳନକୁ ବିରୋଧ କରିଛନ୍ତି । ଏହାରି ଭିତରେ ତାମିଲନାଡୁରେ କେନ୍ଦ୍ର ଶିକ୍ଷାନୀତି ଲାଗୁ ହେଉଛି କି ନାହିଁ ତାହା ସମୟ କହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking