18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଆମେରିକାର ବିବାଦୀୟ ବୟାନବାଜି: ଭାରତର ତୀବ୍ର ପ୍ରତିକ୍ରିୟା

ଆମେରିକାର ବିବାଦୀୟ ବୟାନବାଜି: ଭାରତର ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ଦିଆଯାଇଥିବା ଏକ ବିବାଦୀୟ ବିବୃତି ଉପରେ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା କରାଯାଇଛି । କେନ୍ଦ୍ର ବିଦେଶ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈଶୱାଲ୍ ଭାରତରେ କହିଛନ୍ତି, ଅନ୍ୟାନ୍ୟ ଦେଶ ପରି ଭାରତ ମଧ୍ୟ ଏହାର ରଣନୈତିକ ସ୍ୱଧୀନତାକୁ ଅଧିକ ଗୁରୁତ୍ୱ ଦେଇଥାଏ । ଆମେରିକାର ରାଷ୍ଟ୍ରଦୂତଙ୍କ ମତ ପ୍ରକାଶ କରିବାର ଅଧିକାର ରହିଛି । ସେହିପରି ଭାରତର ମଧ୍ୟ ନିଜସ୍ୱ ଚିନ୍ତାଧାରା ରହିଛି, ଯାହାକି ଭାରତ ପାଇଁ ସ୍ୱତନ୍ତ୍ର । ଏହାଉପରେ ଅନ୍ୟ କାହାର କହିବାର କିମ୍ବା ପ୍ରତିକ୍ରିୟା ଦେବାର କୌଣସି ଅଧିକାର ନାହିଁ । ଯୁକ୍ତରାଷ୍ଟ୍ର ଆମେରିକା ସହ, ଭାରତର ବିସ୍ତୃତ ବିଶ୍ୱସ୍ତରୀୟ ରଣନୈତିକ ଭାଗିଦାରୀ, ପାରସ୍ପରିକ ଦୃଷ୍ଟିକୋଣକୁ ସମ୍ମାନ ଦେଉଥିବା ବେଳେ କିଛି ପ୍ରସଙ୍ଗରେ ସହମତ ହେବାକୁ ମଧ୍ୟ ସୁଯୋଗ ଦେଇଥାଏ ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୁଷ୍ ଗସ୍ତକୁ ନେଇ ଆମେରିକା କ୍ରୋଧିତ ହୋଇପଡ଼ିଥିଲା । ପ୍ରତିକ୍ରିୟାଶୀଳ ହୋଇ ଭାରତକୁ ପରୋକ୍ଷରେ କଟାକ୍ଷ କରିଥିଲା ଆମେରିକା । ଭାରତରେ ଅବସ୍ଥାପିତ ଥିବା ଆମେରିକାର ରାଷ୍ଟ୍ରଦୂତ ଏରିକ୍ ଗାରସେଟୀ, କହିଥିଲେ ଯେ ‘କୌଣସି ଯୁଦ୍ଧ ଦୂର ନୁହେଁ’ । ବିବାଦ ସମୟରେ ରଣନୈତିକ ସ୍ୱାଧୀନତା ପ୍ରଯୁଜ୍ୟ ନୁହେଁ । ତଥାପି, ଆମେରିକା ଭାରତର ରଣନୀତିକ ସ୍ୱାଧୀନତାକୁ ସମ୍ମାନ କରେ । ସଙ୍କଟ ସମୟରେ ପରସ୍ପରକୁ ଜାଣିବା ଆବଶ୍ୟକ । ଆମେ ବିଶ୍ୱାସୀ ବନ୍ଧୁ, ଭାଇ ଓ ଭଉଣୀ ଏବଂ ଆବଶ୍ୟକତା ସମୟରେ ସହଯୋଗୀ ଅଟୁ । ତେବେ ଏରିକ୍‌ଙ୍କ ‘ରଣନୀତିକ ସ୍ୱାୟତ୍ତତା’ ଉପରେ ଦେଇଥିବା ବିବୃତ୍ତି ଭାରତ ପାଇଁ ଏକପ୍ରକାର ଚେତାବନୀ ସଦୃଶ ଅନୁଭବ ହେବା ପରେ ଏହା ଉପରେ ପ୍ରତିକ୍ରିୟା ଦେବାକୁ ଯାଇ ରଣଧୀର ଜୈଶୱାଲ୍ ଆଜି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking