30.1 C
Bhubaneswar
Wednesday, January 21, 2026
Homeଓଡିଶାସରକାରୀ ଆଇନକୁ ଠିକାଦାର ମହାସଂଘର ବିରୋଧ

ସରକାରୀ ଆଇନକୁ ଠିକାଦାର ମହାସଂଘର ବିରୋଧ

ପୁରୀ: ପୁରୀ ଜିଲ୍ଲା ଠିକାଦାର ମହାସଂଘର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପିପିଲି ଠାରେ ଅନୁଷ୍ଟିତ ହୋଇ ଯାଇଛି।ଠିକାଦାର ମାନେ ସେମାନଙ୍କର ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଶା ପବ୍ଲିକ ୱାର୍କ ଡିପାର୍ଟମେଣ୍ଟ ରେ କାର୍ଯ୍ୟରତ ଠିକାଦାର ଙ୍କ ଅଶୋନ୍ତଶ ଦିନକୁ ଦିନ ବଢ଼ିବାରେ ଲାଗିଛି। ସିଡୁଲ ରେଟରେ ସରକାରଙ୍କ ପରିବର୍ତ୍ତିତ ଆଇନ କୁ ନେଇ ଅଶୋନ୍ତଶ ପ୍ରକାଶ କରିବା ସହିତ କାର୍ଯ୍ୟର ମାନ ଅଧିକ ହ୍ରାସ ପାଇବ ବୋଲି କହୁଛନ୍ତି ଠିକାଦାର ମାନେ । ୭ଦଫା ଦାବି ନେଇ ସରକାରଙ୍କୁ ପ୍ରଦାନ୍ କରାଯାଉଥିବା ଦାବିପତ୍ରରେ ଡିପାର୍ଟମେଣ୍ଟ DPR, ଟେଣ୍ଡର କ୍ରାଇଟେରିଆ ରେ ଜଟୀଳତା ଥିବା ପ୍ରକାଶ କରିଥିଲେ।ବିଶେଷକରି କାମ କରିବା ପାଇଁ ଟେଣ୍ଡର ପାଉଥିବା ଠିକାଦାର ମାନେ ବେଆଇନ ଖଣିରୁ ବାଲି ମୋରମ ଆଣି ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ଆଣିଛନ୍ତି। ୭ଦଫା ଦାବି ସମାଧାନ ପାଇଁ ବିଭିନ୍ନ ବିଭାଗର ଅଧିକାରୀ ଜିଲ୍ଲା ପ୍ରଶାସନ ସ୍ଥାନୀୟ ବିଧାୟକ ଓ ସାଂସଦ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସଂଘ ପକ୍ଷରୁ କୁହା ଯାଇଥିବା ବେଳେ ସରକାର ଏହି ଗିଗରେ ତୁରନ୍ତ ପଦକ୍ଷପ ନନେଲେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ସହିତ ଠିକାଦାର ମାନେ କୌଣସି କାମ କରିବେ ନାହିଁ ବୋଳି ସରକାରଙ୍କୁ ଚେତାଇ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking