25.1 C
Bhubaneswar
Tuesday, March 24, 2026
Homeଓଡିଶାଟୋଲଗେଟ୍‌କୁ ଧକ୍କା ଦେଲା କଣ୍ଟେନର: ଡ୍ରାଇଭର ଜୀବନ୍ତଦଗ୍ଧ

ଟୋଲଗେଟ୍‌କୁ ଧକ୍କା ଦେଲା କଣ୍ଟେନର: ଡ୍ରାଇଭର ଜୀବନ୍ତଦଗ୍ଧ

ବାଲେଶ୍ୱର: ଜଳେଶ୍ୱର ଥାନା ଲକ୍ଷ୍ମଣନାଥ ଟୋଲଗେଟରେ ଘଟିଛି ଭୟଙ୍କର ଦୁର୍ଘଟଣା। ଏକ କଣ୍ଟେନର ଟୋଲଗେଟକୁ ଧକ୍କା ଦେବା ପରେ ଜଳିଯାଇଥିବା ବେଳେ ଜୀବନ୍ତଦଗ୍ଧ ହୋଇଯାଇଛନ୍ତି ଡ୍ରାଇଭର। କଣ୍ଟେନରଟିରେ ଚା’ ବୋଝେଇ ହୋଇଥିଲା। ତାହା ପଶ୍ଚିମବଙ୍ଗରୁ ତାମିଲନାଡୁ ଯାଉଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା। ଟ୍ରକ୍‌ଟି ଟୋଲଗେଟ୍‌ର ୬ ନମ୍ବର ଲେନ୍‌ର ସୁରକ୍ଷାବାଡ଼ ଭାଙ୍ଗି ଦ୍ରୁତଗତିରେ ମାଡ଼ିଯାଇଥିଲା ଓ ଟୋଲଗେଟ୍‌ରେ ପିଟି ହୋଇଥିଲା। ଏହା ପରେ ଟ୍ରକ୍‌ଟିରେ ନିଆଁ ଲାଗି ଯାଇଥିଲା। ଟୋଲଗେଟ୍‌ର ବିପୁଳ କ୍ଷତି ହୋଇଥିବା ବେଳେ ସେଠାରେ କାର୍ଯ୍ୟ କରୁଥିବା କୌଣସି କର୍ମଚାରୀ ହତାହତ ହୋଇନାହାନ୍ତି। କାହିଁକି ଏପରି ଏକ ଦୁର୍ଘଟଣା ଘଟିଲା, ତାହା ଜଣାପଡ଼ିନାହିଁ। ବ୍ରେକ୍‌ଫେଲ୍ ଅବା ଡ୍ରାଇଭରଙ୍କ ଆଖି ଲାଗି ଯାଇ ଥିବାରୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଦୁର୍ଘଟଣା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେହିପରି ଜଳେଶ୍ୱର ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking