14.1 C
Bhubaneswar
Sunday, January 18, 2026
Homeଓଡିଶାବିଦ୍ୟାଳୟ ଶିକ୍ଷାରେ ମାନସିକ ସ୍ୱାସ୍ଥ୍ୟ ଓ ଭାରତୀୟ ଜ୍ଞାନ ପରମ୍ପରାର ପ୍ରସାର ଉପରେ ପରାମର୍ଶ କର୍ମଶାଳା

ବିଦ୍ୟାଳୟ ଶିକ୍ଷାରେ ମାନସିକ ସ୍ୱାସ୍ଥ୍ୟ ଓ ଭାରତୀୟ ଜ୍ଞାନ ପରମ୍ପରାର ପ୍ରସାର ଉପରେ ପରାମର୍ଶ କର୍ମଶାଳା

ଭୁବନେଶ୍ୱର: ଜାତୀୟ ଶିକ୍ଷାନୀତି (ଏନ୍‌ଇପି)-୨୦୨୦ କେବଳ ଜ୍ଞାନମୂଳକ ବିକାଶରେ ସୀମିତ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କର ଚରିତ୍ର ନିର୍ମାଣ, ବ୍ୟକ୍ତିତ୍ୱ ବିକାଶ ସହ ମାନସିକ ସୁସ୍ଥତା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଦୃଷ୍ଟିକୋଣକୁ ଆଗେଇ ନେବା ପାଇଁ ଶିକ୍ଷା ମନ୍ତ୍ରଣାଳୟ (ଏମଓଇ)ର ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ ମନୋଦର୍ପଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରୂପେ ଗ୍ରହଣ କରାଯାଇଛି, ଯାହାର ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀ, ଶିକ୍ଷକ ଓ ପରିବାରମାନଙ୍କୁ ମାନସିକ ସ୍ୱାସ୍ଥ୍ୟ ଓ ଭାବନାତ୍ମକ ସୁସ୍ଥତା ପାଇଁ ମନୋସାମାଜିକ ସହାୟତା ପ୍ରଦାନ କରିବା।

ଏହି ପରିପ୍ରେକ୍ଷୀରେ ଏନ୍.ସି.ଇ.ଆର୍.ଟି.ର ମନୋଦର୍ପଣ ବିଭାଗ ଓ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ‘ବିଦ୍ୟାଳୟ ଶିକ୍ଷାରେ ଭାରତୀୟ ଜ୍ଞାନ ପରମ୍ପରା ଓ ମାନସିକ ସ୍ୱାସ୍ଥ୍ୟ ପ୍ରଚଳନ ବ୍ୟବସ୍ଥା’ ଶୀର୍ଷକରେ ଏକ ଆଲୋଚନା ସଭା ଆୟୋଜିତ ହୋଇଥିଲା।

ଆଲୋଚନା ସଭାକୁ ଉଦ୍ଘାଟନ କରି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ କହିଥିଲେ ଯେ, ଶିଶୁମାନଙ୍କ ସାମଗ୍ରିକ ବିକାଶ ପାଇଁ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଅତ୍ୟନ୍ତ ଆବଶ୍ୟକ। ଜାତୀୟ ଶିକ୍ଷାନୀତି-୨୦୨୦ ଏହି ଲକ୍ଷ୍ୟ ପାଇଁ ଏକ ସକ୍ଷମ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରୁଛି ବୋଲି ସେ ମତ ପ୍ରକାଶ କରିଥିଲେ।

ମନୋଦର୍ପଣ ବିଭାଗର ମୁଖ୍ୟ ପ୍ରଫେସର ବିନୋଦ କୁମାର ସନ୍ୱାଲ୍ ‘ଉମ୍ମିଦ ମାର୍ଗଦର୍ଶିକା’ର ଗୁରୁତ୍ୱ ଉପରେ ଆଲୋକପାତ କରି ଏହାକୁ ବିଭିନ୍ନ ଭାରତୀୟ ଭାଷାରେ ଉପଲବ୍ଧ କରାଯାଉଥିବା ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ପ୍ରଫେସର ଶଙ୍କର ପ୍ରସାଦ ମହାନ୍ତି ପରିଚାଳନ କରିଥିବାବେଳେ ପ୍ରଫେସର ଲକ୍ଷ୍ମୀଧର ବେହେରା, ଡକ୍ଟର କଳିଙ୍ଗ କେତକୀ, ଡକ୍ଟର ବେଦପ୍ରକାଶ ବର୍ମାଙ୍କ ସହ ସମସ୍ତ ବିଭାଗର ମୁଖ୍ୟ, ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ।
ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଆଣ୍ଡାମାନ–ନିକୋବର ଦ୍ୱୀପପୁଞ୍ଜର ବିଷୟ ବିଶେଷଜ୍ଞମାନେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ମାନସିକ ଚାପ ଓ ଉଦ୍ବେଗକୁ ହ୍ରାସ ସହ ସେମାନଙ୍କ ସାମଗ୍ରିକ ବିକାଶ ଉପରେ ଆଲୋଚନା କରିଥିଲେ।

ବିଶେଷଜ୍ଞ ଭାବେ ପ୍ରଫେସର ଅମୂଲ୍ୟ କୁମାର ଆଚାର୍ଯ୍ୟ, ଡ. ଜୟନ୍ତ କୁମାର ନାୟକ, ପ୍ରଫେସର ଦେବେନ୍ଦ୍ର କୁମାର ବିଶ୍ୱାଳ, ଡକ୍ଟର ସୁଭଦୀପ ପାଲ, ଡ. ଯୋଗାମାୟା ପଣ୍ଡା, ଡ. ବେନ୍ସି ଜୟ ଓ ଡକ୍ଟର ଏସ.ଏମ. ଅବାସ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ମନୋଦର୍ପଣ ପ୍ରକୋଷ୍ଠର ସଂଯୋଜିକା ଡ. ଶାଲିନୀ ଦୀକ୍ଷିତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ପ୍ରାସଙ୍ଗିକତା ଉପରେ ଆଲୋକପାତ କରି ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ ଅଭ୍ୟାସରେ ଭାରତୀୟ ଜ୍ଞାନ ଓ ପରମ୍ପରାର ପ୍ରଭାବ ଉପରେ ଗୁରୁତ୍ଵାରୋପ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking