30.1 C
Bhubaneswar
Tuesday, February 10, 2026
Homeଓଡିଶାବିଧାୟକମାନଙ୍କ କ୍ୱାର୍ଟର ନିର୍ମାଣ : ବାଟସ୍ପତ୍ତିଙ୍କ ଅସନ୍ତୋଷ

ବିଧାୟକମାନଙ୍କ କ୍ୱାର୍ଟର ନିର୍ମାଣ : ବାଟସ୍ପତ୍ତିଙ୍କ ଅସନ୍ତୋଷ

ଭୁବନେଶ୍ବର: ବିଧାୟକମାନଙ୍କ ପାଇଁ ନିର୍ମାଣ ହେଉଥିବା ବହୁତଳ କ୍ଵାର୍ଟର ନିର୍ମାଣ କାର‌୍ୟ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବାଚସ୍ପତି ସୁରମା ପାଢୀ।  ଏନେଇ ସେ କହିଛନ୍ତ, ଦୁଇ ଥର ସମୀକ୍ଷା କଲା ପରେ ବି ସନ୍ତୋଷଜନକ ନୁହେଁ କାମ।   ଆମେ ଆଶା କରୁଛୁ ୨୦୨୫ ଶେଷ ସୁଦ୍ଧା ସରିବ ବିଧାୟକଙ୍କ ବହୁତଳ କ୍ଵାର୍ଟର କାମ । ଯେଉଁମାନଙ୍କ ପାଇଁ କ୍ଵାର୍ଟରର ବ୍ୟବସ୍ଥା ନାହିଁ ବା କ୍ଵାର୍ଟର ପାଇନାହାନ୍ତି, ସେମାନେ ମାସକୁ ୩୦ ହଜାର ଟଙ୍କା ପାଇବେ। ଟାର୍ଗେଟ ତାରିଖ ଦିଆଯାଇଛି। ଏଣେ ଏନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ମଧ୍ୟ ଅସନ୍ତୋଷ ପ୍ରକଟ କରିଛନ୍ତି। ସେ କହିଛନ୍ତି, ବିଧାୟକ ମାନଙ୍କ ପାଇଁ ବହୁତଳ ପ୍ରାସାଦ କାର‌୍ୟ୍ୟରେ ଆମେ ଅସନ୍ତୁଷ୍ଟ । ୨୦୨୯ ସୁଦ୍ଧା କାର‌୍ୟ୍ୟ ସମ୍ପୂର୍ଣ୍ଣ ହେଭଳି ଲାଗୁନି । ସରକାର ଏବଂବାଚସ୍ପତି ମନିଟର କରନ୍ତୁ । ବିଧାୟକମାନଙ୍କ ଅସୁବିଧା ହେଉଛି । ଟେଣ୍ଡର ଅନ୍ୟମାନଙ୍କୁ ଦିଅନ୍ତୁ । ଷ୍ଟେଟ ଗେଷ୍ଟ ହାଉସରେ  ଆମେ ରହୁଛୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking