20.1 C
Bhubaneswar
Monday, February 9, 2026
Homeଓଡିଶା୧୯ ହଜାର ଗଭୀର ନଳକୂପ ନିର୍ମାଣ: ମୁଖ୍ୟମନ୍ତ୍ରୀ

୧୯ ହଜାର ଗଭୀର ନଳକୂପ ନିର୍ମାଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ରାଜ୍ୟ ବଜେଟ ଅଧିବେଶନ । ବଜେଟ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କ ସରକାରର ଏହା  ଦ୍ୱିତୀୟ ବଜେଟ । ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଉପାସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ୧୯ ହଜାର ଗଭୀର ନଳକୂପ ନିର୍ମାଣ ପାଇଁ ଯୋଜନା ରହିଛି । ପାନୀୟ ଜଳ , ଭୂତଳ ଜଳ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ଆଡିବନ୍ଧ ଯୋଜନା ଉଦ୍ଦିଷ୍ଟ । ଜଳବାୟୁ ପରିବର୍ତ୍ତନ ପରିଚାଳନା ପାଇଁ  ପଦକ୍ଷେପ ନିଆଯାଇଛି । ନଦୀ ପୁନରୁଦ୍ଧାର ଯୋଜନା ଆରମ୍ଭ କରାଯାଇଛି । ମହାନଦୀ ଉପକୂଳରେ ଥିବା କଟକ ଓ ସମ୍ବଲପୁରକୁ ପଯ୍ୟଟନ ସ୍ଥଳୀରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି ।  ବାଲେଶ୍ୱରରେ ସୁବଣ୍ଣରେଖା ସଂସ୍କାର ଯୋଜନା ଅଣାଯିବ ।ମାଛଧରା ବନ୍ଦର ଓ ମାଛ ଅବତରଣ କେନ୍ଦ୍ରର ଉନ୍ନତି କରାଯିବ । ଅଣ୍ଡା ଓ ମତ୍ସ୍ୟ ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟ ରଖିଛି । ଅସ୍ତରଙ୍ଗ ମାଛଧରା ବନ୍ଦରର ଉନ୍ନତିକରଣ କରାଯିବ । ସମ୍ବଲପୁର ଆକ୍ୱାପାର୍କର ଉନ୍ନତିକରଣ କରାଯିବ ।

ଆଳୁ ପାଇଁ ଆମେ କାହା ଉପରେ ନିର୍ଭର କରିବାକୁ ଚାହୁଁନାହୁଁ : ମୁଖ୍ୟମନ୍ତ୍ରୀ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking