23.1 C
Bhubaneswar
Sunday, February 8, 2026
Homeଓଡିଶା୧୮ଟି ‘ସେତୁ ସହ ବନ୍ଧରା’ ପ୍ରକଳ୍ପ ନିର୍ମାଣ ଶେଷ

୧୮ଟି ‘ସେତୁ ସହ ବନ୍ଧରା’ ପ୍ରକଳ୍ପ ନିର୍ମାଣ ଶେଷ

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯାଉଥିବା ‘ସେତୁ ସହ ବନ୍ଧରା’ ପ୍ରକଳ୍ପଗୁଡିକ ରାଜ୍ୟର ବହୁମୁଖୀ ବିକାଶରେ ଉପାଦେୟ ସାବ୍ୟସ୍ତ ହେଉଛନ୍ତି। ୨୦୨୪ ଜୁନରୁୁ ନଭେମ୍ବର ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ୧୮ଟି ‘ସେତୁ ସହ ବନ୍ଧରା’ ପ୍ରକଳ୍ପ ନିର୍ମାଣ ଶେଷ ହୋଇ ସାରିଥିବାବେଳେ ଆହୁରି ୭୧ଟି ପ୍ରକଳ୍ପକୁ ଅନୁମୋଦନ ମିଳିସାରିଛି। ଏହି ‘ସେତୁ ସହ ବନ୍ଧରା’ ପ୍ରକଳ୍ପଗୁଡିକର ବହୁବିଧ ଉପଯୋଗିତା ରହିଛି। ଏହା ଦ୍ୱାରା ଗମନାଗମନର ସୁବିଧା ସହ ଜଳ ସରଂକ୍ଷଣ ମଧ୍ୟ କରାଯାଇପାରୁଛି ଯାହା ଦ୍ୱାରା ଭୂତଳ ଜଳସ୍ତର ବୃଦ୍ଧିପାଇବ। ଗ୍ରୀଷ୍ମ ଋତୁରେ ଏହି ସଂରକ୍ଷିତ ଜଳକୁ ଚାଷଜମିକୁ ଜଳସେଚନ କରାଯିବା ସହ ବିଶୋଧନ ପ୍ରକ୍ରିୟା ଦ୍ୱାରା ପାନୀୟଜଳ ରୂପେ ମଧ୍ୟ ବ୍ୟବହାର କରାଯାଇପାରୁଛି। ଖରାଦିନେ ଶୁଖିଯାଉଥିବା ‘ନାଳ’ଗୁଡିକର ଜଳସ୍ତର ବୃଦ୍ଧିରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେଉଛି । ଜଳାଭାବ ଦୂର ହେବା ସହ ଏହି ସଞ୍ଚିତ ଜଳକୁ ଗାଈଗୋରୁ ଓ ଅନ୍ୟାନ୍ୟ ଜୀବଜନ୍ତୁ ମଧ୍ୟ ପାନୀୟ ଜଳ ରୂପେ ବ୍ୟବହାର କରିପାରୁଛନ୍ତି । ଏହା ନିକଟସ୍ଥ ଅଞ୍ଚଳରେ ତାପମାତ୍ରା ବୃଦ୍ଧିକୁ ରୋକିବା ସହ ମୃତ୍ତିକା କ୍ଷୟକୁ ମଧ୍ୟ ରୋକିପାରୁଛି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲା ଚନ୍ଦ୍ରପୁର-କୁଳକୁତା ରାସ୍ତାରେ ଫଟାଟାଙ୍ଗର ନାଳ, ଅନୁଗୁଳ ଜିଲ୍ଲା ରେଙ୍ଗାଲି-କୁଲୁମାନିଆଳୁ ରାସ୍ତାରେ ବଳରାମପୁର ନାଳ, କନ୍ଧମାଳ ଜିଲ୍ଲା କୁଡୁତୁଲି ଡମେରିକିଆ ରାସ୍ତାରେ ଥିବା ନାଳ ଦେବଗଡ଼ ଜିଲ୍ଲା ଝରସାହିରୁ ନାକଟିମାଲ ରାସ୍ତାରେ ଥିବା ନାଳରେ ନିର୍ମିତ ସେତୁ ସହ ବନ୍ଧରା ପ୍ରକଳ୍ପଗୁଡିକ ବଳିଷ୍ଠ ଉଦାହରଣ ରୂପେ ସେ ଅଞ୍ଚଳର ବହୁବିଧ ବିକାଶରେ ସାହାଯ୍ୟକାରୀ ହେଉଛନ୍ତି। ସେତୁ ସହ ବନ୍ଧରା ନିର୍ମାଣ ଦ୍ୱାରା ଯୋଗାଯୋଗ, ଜଳ ସରଂକ୍ଷଣ, ଭୂତଳ ଜଳସ୍ତର ବୃଦ୍ଧି, କ୍ଷୁଦ୍ର ଜଳସେଚନ, ପାନୀୟଜଳ ଆଦି ବିଭିନ୍ନ ସୁବିଧା ହେଉଥିବାରୁ ଏହା ଗ୍ରାମାଞ୍ଚଳର ସାମଗ୍ରିକ ବିକାଶର ମାଧ୍ୟମ ହୋଇପାରୁଛି । ତେଣୁ ପ୍ରାଥମିକତା ଭିତ୍ତିରେ ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ୱାରା ପୂର୍ବରୁ ନିର୍ମିତ ସେତୁ ଓ ନୂତନ ସେତୁଗୁଡ଼ିକରେ ‘ସେତୁ ସହ ବନ୍ଧରା’ ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପଗୁଡିକ ରାଜ୍ୟରେ ଗ୍ରାମୀଣ ବିକାଶ ଦ୍ୱାରା ବିକଶିତ ଭାରତ ଗଠନରେ ବିକଶିତ ଓଡ଼ିଶାର ଯୋଗଦାନକୁ ସୁନିଶ୍ଚିତ କରିପାରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking