25.1 C
Bhubaneswar
Tuesday, January 13, 2026
Homeଓଡିଶାସମ୍ବିଧାନ ଦିବସରେ ପଦଯାତ୍ରା: ଯୋଗଦେଲେ ମୁଖ୍ୟମନ୍ତ୍ରୀ

ସମ୍ବିଧାନ ଦିବସରେ ପଦଯାତ୍ରା: ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ନଭେମ୍ବର ୨୬ ତାରିଖ ଜାତୀୟ ସମ୍ବିଧାନ ଦିବସ । ଏହି ଅବସରରେ ସ୍ଥାନୀୟ ଏଜି ଛକ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ସମ୍ବିଧାନ ହେଉଛି ଆମ ସ୍ଵାଧୀନ ଭାରତର ପୁଣ୍ୟ ଗ୍ରନ୍ଥ ଦେଶର ମାର୍ଗ ଦର୍ଶକ । ଦେଶର ସବୁ ଆଇନ, କାନୁନ୍, ବିଧି ବ୍ୟବସ୍ଥାର ମୁଖ୍ୟ ସ୍ରୋତ, ସମ୍ବିଧାନର ମୂଲ୍ୟବୋଧ ପ୍ରତି ସଚେତନ ରହି ସବୁ ନାଗରିକ ନିଜ ନିଜର ମୌଳିକ କର୍ତ୍ତବ୍ୟକୁ ପାଳନ କରିବାକୁ ସେ ଆହ୍ବାନ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରୀ ମଣ୍ଡଳର ଉପସ୍ଥିତ ସଦସ୍ୟ ଗଣ ପ୍ରଥମେ ସମ୍ବିଧାନ ଚିଠା ପ୍ରସ୍ତୁତ କମିଟିର ଅଧ୍ୟକ୍ଷ ଡକ୍ଟର ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ମ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ ଜନ ସାଧାରଣଙ୍କୁ ସମ୍ବିଧାନର ମୁଖବନ୍ଧ କୁ ପାଠ କରାଇ ଥିଲେ। ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ସମ୍ବିଧାନ ସଭାର ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ସମ୍ବିଧାନ ଚିଠା ପ୍ରସ୍ତୁତକାରୀ କମିଟିର ଅଧ୍ୟକ୍ଷ ଡକ୍ଟର ବାବା ସାହେବ୍ ଆମ୍ବେଦକର ଓ କମିଟିର ସମସ୍ତ ସଦସ୍ୟ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସମ୍ବିଧାନ ଆମ ପାଇଁ ଏକ ଆଶୀର୍ବାଦ। ଏହା ଜାତି-ଧର୍ମ, ଧନୀ – ଗରିବ, ପୁରୁଷ – ନାରୀ ନିର୍ବିଶେଷରେ ସମସ୍ତଙ୍କୁ ସମ୍ମାନ ଅଧିକାର ଦେଇଛି।ତେଣୁ ଆମେ ଆମର ସମ୍ବିଧାନ ନିର୍ମାତା ମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ଉଚିତ୍ ବୋଲି ସେ କହିଥିଲେ। ସମ୍ବିଧାନ ଆମ ଦେଶର ଏକତା ଓ ଅଖଣ୍ଡତାର ମୂଳ ସ୍ରୋତ। ସେଥିପାଇଁ ଆମ ସମସ୍ତଙ୍କୁ ସମ୍ବିଧାନରେ ଥିବା ମୌଳିକ କର୍ତ୍ତବ୍ୟ ଗୁଡ଼ିକୁ ପାଳନ କରିବା ଆବଶ୍ୟକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking