ନୟାଗଡ: ନୟାଗଡ ରିଜର୍ଭ ପୁଲିସ ବ୍ୟାରକରେ ଜଣେ କନେଷ୍ଟବଳ ନିଜ କୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ବୟସ ୨୭ ବର୍ଷ । ତାଙ୍କ ଘର ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ବେରୁଆବାରି ଗ୍ରାମରେ ବୋଲି ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ବାରକ ଛାତ ଉପରେ ନିଜ ରିଭଲବଲରୁ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡିଛି । ଆତ୍ମହତ୍ୟାର କାରଣ ଜଣାପଡିନଥିବା ବେଳେ ପାଖରେ ପଡିଥିବା ମୋବାଇଲ ମୃତ୍ୟୁ ପଛର ରହସ୍ୟ ଖୋଲିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସୂଚନାରୁ ଜଣାପଡିଛି ଯେ, ମୃତ କନଷ୍ଟେବଳ ନୟାଗଡର ବହୁ ଚର୍ଚ୍ଚିତ ପରୀ ପରିବାରର ସିକ୍ୟୁରିଟି ଦାୟିତ୍ୱରେ ଥିଲେ ।










