ସମ୍ବଲପୁର : ରକ୍ଷକ ସାଜିଥିବା ପୁଲିସ ପାଲଟିଲା ଭକ୍ଷକ । ପୋଷାକର ମର୍ଯ୍ୟାଦାକୁ ଭୁଲି ସମ୍ପର୍କୀୟ ଭାଣିଜୀଙ୍କୁ ଦୁଷ୍କର୍ମ କରିବା ଉଦମ୍ୟ କରି ଗିରଫ ହୋଇଛନ୍ତି କନଷ୍ଟେବଳ ବିରଞ୍ଚି ମୁଣ୍ଡା । ବିରଞ୍ଚି ଓଏସଏଫର କନଷ୍ଟେବଳ ଭାବେ ବରେଇପାଲି ଥାନାରେ ନିୟୋଜିତ ହୋଇଥିଲେ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ସମ୍ବଲପୁର ଜିଲା ବରେଇପାଲି ଥାନା ଅଞ୍ଚଳରେ । ସୂଚନା ଅନୁଯାୟୀ ଆଦିବାସୀପଡାର ଜଣେ ୧୪ବର୍ଷୀୟ ନାବାଳିକା ସମ୍ପର୍କରେ ବିରଞ୍ଚିଙ୍କ ଭାଣିଜୀ ହେବେ । ତାଙ୍କୁ ଶୀତଳ ଷଷ୍ଠୀ ଯାତ୍ରା ଦେଖାଇବାକୁ କହି ନେବାବେଳେ ଦୁଷ୍କର୍ମ ଉଦ୍ୟମ କରିଥିଲେ । ହେଲେ ଉପସ୍ଥିତି ବୃଦ୍ଧି ଯୋଗୁ ସେଠାରୁ ଖସି ପଳାଇ ଆସିଥିଲେ ନାବାଳିକା । ଘଟଣା ନେଇ ପରିବାର ଲୋକେ ଜାଣିବା ପରେ ଉତ୍ତେଜନ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିବାର ସଦସ୍ୟ ଏନେଇ ଥାନାରେ ଏତଲା ଦେବା ପରେ ପୁଲିସ ତଚୀନ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ।