19.1 C
Bhubaneswar
Tuesday, February 10, 2026
Homeଅପରାଧନାବାଳିକା ପତ୍ନୀଙ୍କ ସହ ସହମତିରେ ଶାରୀରିକ ସମ୍ପର୍କ ରଖିବା ବି ଦୁଷ୍କର୍ମ

ନାବାଳିକା ପତ୍ନୀଙ୍କ ସହ ସହମତିରେ ଶାରୀରିକ ସମ୍ପର୍କ ରଖିବା ବି ଦୁଷ୍କର୍ମ

ନାଗପୁର: ନାବାଳିକା ପତ୍ନୀଙ୍କ ସହ ସହମତିକ୍ରମେ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ବୋଲି ବମ୍ବେ ହାଇକୋର୍ଟ ରାୟ ଦେଇଛନ୍ତି ଏବଂ ଏଭଳି କାର୍ଯ୍ୟ ପାଇଁ ଆଇନଗତ ସୁରକ୍ଷାକୁ ଆଇନ ଅନୁଯାୟୀ ଗ୍ରହଣ କରାଯାଇପାରିବ ନାହିଁ। ଯେଉଁ ବ୍ୟକ୍ତିଙ୍କ ବିରୋଧରେ ତାଙ୍କ ପତ୍ନୀ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ, ତାଙ୍କୁ ତଳକୋର୍ଟ ଦେଇଥିବା ୧୦ ବର୍ଷର ଜେଲ୍ ଦଣ୍ଡାଦେଶକୁ ବଜାୟ ରଖି ହାଇକୋର୍ଟର ନାଗପୁର ଖଣ୍ଡପୀଠ ଏହି ମନ୍ତବ୍ୟ ଦେଇଛନ୍ତି। ବିଚାରପତି ଜିଏ ସାନପ କହିଛନ୍ତି ଯେ ୧୮ ବର୍ଷରୁ କମ୍ ବୟସର ଝିଅ ବିବାହିତ ହେଉ ବା ନ ହେଉ ତାଙ୍କ ସହ ଯୌନ ସମ୍ପର୍କ ରଖିବାକୁ ଦୁଷ୍କର୍ମ ବୋଲି କୁହାଯିବ। ହାଇକୋର୍ଟ କହିଛନ୍ତି, ପତ୍ନୀ ବୋଲି କୁହାଯାଉଥିବା ଝିଅର ବୟସ ୧୮ ବର୍ଷରୁ କମ୍ ହେଲେ ତାଙ୍କ ସହ ସହମତିକ୍ରମେ ଶାରୀରିକ ସମ୍ପର୍କ ରଖାଯାଇ ପାରିବ ନାହିଁ।

ବ୍ୟକ୍ତି ଜଣକ ଅଭିଯୋଗକାରିଣୀଙ୍କ ସହ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ, ଯାହାଫଳରେ ଗର୍ଭସଂଚାର ହୋଇଥିଲା। ପରେ ସେ ତାଙ୍କୁ ବିବାହ କରିଥିଲେ। ତେବେ ସେମାନଙ୍କ ବୈବାହିକ ସମ୍ପର୍କ ଖରାପ ହେବାରୁ ମହିଳା ଜଣକ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ୨୦୧୯ରେ ଅଭିଯୋଗ ହେବା ପୂର୍ବରୁ ଅଭିଯୁକ୍ତ ଓ ପୀଡ଼ିତାଙ୍କ ମଧ୍ୟରେ ୩-୪ ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା। ତେବେ ଶାରୀରିକ ଅନ୍ତରଙ୍ଗତା ପାଇଁ ଅନୁରୋଧକୁ ପୀଡ଼ିତା ବାରମ୍ବାର ପ୍ରତ୍ୟାଖ୍ୟାନ କରି ଆସୁଥିଲେ।

ପରିବାରର ଆର୍ôଥକ ଅନଟନ କାରଣରୁ ପୀଡ଼ିତା କାମ ପାଇଁ ନିକଟସ୍ଥ ସହରକୁ ଚାଲି ଆସିଥିଲେ। ଅଭିଯୁକ୍ତ ଜଣକ ତାଙ୍କୁ ଅନୁସରଣ କରି ତାଙ୍କ କର୍ମକ୍ଷେତ୍ରକୁ ଯିବାଆସିବା ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ଶେଷରେ ତାଙ୍କୁ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ, ଯାହାଫଳରେ ସେ ଗର୍ଭବତୀ ହୋଇଥିଲେ। ଅଭିଯୁକ୍ତ ପୀଡ଼ିତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେବା ସହ କିଛି ପଡ଼ୋଶୀଙ୍କ ଉପସ୍ଥିତିରେ ଏକ ଭଡ଼ାଘରେ ବିବାହ କରିଥିଲେ। ତେବେ ତାଙ୍କ ପ୍ରତି ତାଙ୍କର ଆଚରଣ ଅଶାଳୀନ ହେବା ସହ ଶାରୀରିକ ନିର୍ଯାତନା ଓ ଗର୍ଭପାତ ପାଇଁ ଚାପ ପଡ଼ିଥିଲା। ପରେ ସେ ପିତୃତ୍ୱକୁ ମଧ୍ୟ ଅସ୍ୱୀକାର କରିବା ସହ ସେ ଅନ୍ୟ ଜଣେ ପୁରୁଷଙ୍କ ସହ ତାଙ୍କ ପତ୍ନୀଙ୍କ ସଂପର୍କ ଥିବା ଅଭିଯୋଗ କରିଥିଲେ। ଦୁଷ୍କର୍ମ ସହି ନ ପାରି ପୀଡ଼ିତା ୨୦୧୯ ମେ ମାସରେ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଖଣ୍ଡପୀଠ କହିଛନ୍ତି ଯେ ଡିଏନ୍‌ଏ ରିପୋର୍ଟରେ ଅଭିଯୁକ୍ତ ଶିଶୁର ଜୈବିକ ପିତା ବୋଲି ନିଶ୍ଚିତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking