24.1 C
Bhubaneswar
Sunday, December 7, 2025
Homeଓଡିଶାଦ୍ୱିତୀୟ ଦିନରେ କଂଗ୍ରେସର ସଂକଳ୍ପ ପଦଯାତ୍ରା

ଦ୍ୱିତୀୟ ଦିନରେ କଂଗ୍ରେସର ସଂକଳ୍ପ ପଦଯାତ୍ରା

ଭୁବନେଶ୍ୱର :ପ୍ରଦେଶ କଂଗ୍ରେସ ପକ୍ଷରୁ ଭୁବନେଶ୍ବରରୁ ପୁରୀ ଯାଉଥିବା ସଂକଳ୍ପ ପଦଯାତ୍ରାର ଆଜି ହେଉଛି ଦ୍ଵିତୀୟ ଦିନ।ଗତକାଲି ରାତିରେ ପିପିଲିରେ ପହଞ୍ଚି ରାତ୍ରି ଯାପନ କରିବା ପରେ ସକାଳୁ ପୁଣି ପୁରୀ ଅଭିମୁଖେ ବାହାରିଛି ଯାତ୍ରା। ରାଜ୍ଯ ର ବିଭିନ୍ନ ଜିଲ୍ଲାରୁ ଆସି ସାମିଲ ହୋଇଛନ୍ତି ହଜାର ହଜାର କଂଗ୍ରେସ୍ କର୍ମୀ।ନବନିଯୁକ୍ତ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ବାନକ୍ରମେ ରାଜ୍ୟ କଂଗ୍ରେସ ପକ୍ଷରୁ କରାଯାଉଥିବା ଏହି ପଦଯାତ୍ରାକୁ ପିପିଲିରେ କଂଗ୍ରେସ କର୍ମୀମାନେ ବିପୁଳ ସ୍ବାଗତ ସମ୍ବଦ୍ଧନା ଦେଇଛନ୍ତି।ପିପିଲିର ଯୁବ,ଛାତ୍ର ଓ ମହିଳା କଂଗ୍ରେସର ସଭ୍ୟ,ସଭ୍ୟା ମାନେ ବିଭିନ୍ନ ସ୍ଥାନରେ ପିସିସି ସଭାପତିଙ୍କୁ ସ୍ବାଗତ ସମ୍ବଦ୍ଧନା ଜଣାଇଛନ୍ତି। କଂଗ୍ରେସର ପୁନଃ ଗଠନ ପ୍ରକ୍ରିୟା ଆରମ୍ଭ, ଦୁର୍ନୀତି ଗ୍ରସ୍ତ ରାଜନୀତି, ଟଙ୍କା ରେ ଭୋଟ କିଣି ଗୁଣ୍ଡା ଗର୍ଦ୍ଧୀ ଓ ଅସାଧୁ ଉପାୟ ରେ ଶାସନ କୁ ଆସିଥିବା ସରକାର ବିରୁଦ୍ଧରେ ଶ୍ରୀ ଜଗନ୍ନାଥଙ୍କ ଙ୍କ ଶରଣ ନେଉଛୁ ବୋଲି ଭକ୍ତ କହିଛନ୍ତି ।କଂଗ୍ରେସ କୁ ଛାଡି ଯାଇ ଥିବା ଲୋକ ଖୁବଶୀଘ୍ର କଂଗ୍ରେସ କୁ ଫେରିବେ ଓ କଂଗ୍ରେସ କୁ ଓଡିଶା ପାଇଁ ଗଢ଼ିବେ ବୋଲି ଭକ୍ତ କହିଥିବା ବେଳେ ୧୫ ବର୍ଷ ତଳେ ଜଗନ୍ନାଥ ଙ୍କୁ ଚାଲି ଚାଲି ଯାଇ ଦର୍ଶନ କରିବି ବୋଲି ଆଶା ରଖିଥିଲି ବୋଲି ଭକ୍ତ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking