ଭୁବନେଶ୍ୱର : ବିଧାନସଭା ପରିସର ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ ଧାରଣା ଦେଇ ବସିଛି । ଗୃହ କାର୍ଯ୍ୟ ଆରମ୍ଭ ପୂର୍ବରୁ କଂଗ୍ରେସ ଧାରଣାରେ ବସିଛି । ନାରୀ ନିର୍ଯାତନା ଅଭିଯୋଗରେ କଂଗ୍ରେସ ପ୍ରତିବାଦ କରିଛି । ସୂଚନା ଯୋଗ୍ୟ , ଗତକାଲି ମଧ୍ୟ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲି ପାରିନଥିଲା । ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ଜୋରଦାର ପ୍ରତିବାଦ କରିଥିଲେ ବିରୋଧୀ ହୋହଲ୍ଲା କରିବା ସହ ନାରାବାଜି କରିଥିଲେ କଂଗ୍ରେସ ବିଧାୟକ ଦଳ । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ମୁଲତବି କରୁଥିଲେ । ଆଜିକୁ ତିନି ଦିନ ହେବ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିପାରୁ ନାହିଁ ।










