ଭୁବନେଶ୍ୱର: ସଂରକ୍ଷଣ ପ୍ରସଙ୍ଗକୁ ନେଇ ତେଜିଲା ରାଜନୀତି । ଆନ୍ଦୋଳନକୁ ଜୋରଦାର କରିବ କଂଗ୍ରେସ । କାଲିଠୁ କଂଗ୍ରେସର ଅହୋରାତ୍ର ଧାରଣା । ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ଧାରଣା ଦେବ ଦଳ । ୨୪ ଘଣ୍ଟା ଧରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବ କଂଗ୍ରେସ । ଏନେଇ ପିସିସି ସଭାପତି ଭକ୍ତ ଦାସ ସୂଚନା ଦେଇଛନ୍ତି । ଅନ୍ୟପଟେ ଆଜି ରାଜଭବନ ସମ୍ମୁଖରେ ବିଜେଡିର ଆନ୍ଦୋଳନ କରିଛି ବିଜେଡି ।ପଛୁଆବର୍ଗକୁ ବିଜେପି ସରକାର ସବୁବେଳେ ଅବହେଳା କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି । ମେଡିକାଲ ଓ ଇଞ୍ଜିନିୟରିଂରେ କେବେ ଓବିସି ସଂରକ୍ଷଣ ଲାଗୁ କରାଯିବ ବୋଲି ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି । ଓଡିଶା ସରକାର ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାର ନିଷ୍ପତ୍ତି ନେଇଛନ୍ତି ।