15.1 C
Bhubaneswar
Thursday, January 15, 2026
Homeଓଡିଶାକଂଗ୍ରେସର ହାଇଡ୍ରାମା; ରାଜରାସ୍ତାରେ ରାତି କାଟିଲେ

କଂଗ୍ରେସର ହାଇଡ୍ରାମା; ରାଜରାସ୍ତାରେ ରାତି କାଟିଲେ

ଭୁବନେଶ୍ୱର : ୧୨ ବିଧାୟକଙ୍କୁ ବାଚସ୍ପତି ନିଲମ୍ବନ କରିବା ପରେ ଜୋରଦାର ପ୍ରତିବାଦ କରିଛି କଂଗ୍ରେସ। ଗତକାଲି ବିଧାନସଭା ଭିତରେ ଓ ବାହାରେ ତମ୍ବିତଫାନ ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ ବିଧାୟକ। ମାଷ୍ଟରକ୍ୟାଣ୍ଟିନ ଛକରେ ରାତିସାରା ଧାରଣାରେ ବସିଛନ୍ତି କଂଗ୍ରେସ ବିଧାୟକ। ସେମାନଙ୍କ ସହ କଂଗ୍ରେସ କର୍ମୀ ସାମିଲ ହୋଇଛନ୍ତି।

ଗତକାଲି ବିଳମ୍ବିତ ରାତି ଯାଏ କଂଗ୍ରେସ ବିଧାୟକମାନେ ଗୃହ ଭିତରେ ରହିଥିଲେ। ସେମାନଙ୍କୁ ବିଧାନସଭା ସୁରକ୍ଷାକର୍ମୀ ବସ୍ ଯୋଗେ କଂଗ୍ରେସ ଭବନରେ ଛାଡିଥିଲେ। ଏହାପରେ କଂଗ୍ରେସ ବିଧାୟକମାନେ ମାଷ୍ଟରକ୍ୟାଣ୍ଟିନ ଛକରେ ଧାରଣାରେ ବସିଛନ୍ତି। ରାତି ସାରା ରାଜରାସ୍ତାରେ ରାତି କଟାଇଛନ୍ତି। କଂଗ୍ରେସ ବିଧାୟକ ତାରା ବାହିନୀ ପତି କହିଛନ୍ତି, ଗଣତନ୍ତ୍ରକୁ ହତ୍ୟା କରିଛନ୍ତି, ମୋତେ ନ୍ୟାୟ ଦରକାର।’ ମହିଳାଙ୍କ ସୁରକ୍ଷା ପାଇଁ ସର୍ବଦଳୀୟ କମିଟି ଆମର ଦାବି ଥିଲା। ପିସିସି ସଭାପତି ଭକ୍ତ ଚରଣ ଦାସ, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର ଓ ଜୟଦେବ ଜେନା ଆମକୁ ଦେଖିବାକୁ ଆସିଥିଲେ। ଆମକୁ ଦେଖିବାକୁ ଆସିଥିବା ଏହି ପୂର୍ବତନ ମନ୍ତ୍ରୀମାନଙ୍କୁ ବିଧାନସଭା ଭିତରକୁ ଛଡ଼ାଗଲାନି। ଆମକୁ ପୋଲିସ ଲଗାଇ ମାଡ଼ ମାରିଲେ, ଗାଳିଗୁଲଜ କଲେ। ମରିଯିବୁ ପଛେ ଡରିବୁନି, ମୋତେ ନ୍ୟାୟ ଦରକାର ବୋଲି କହିଛନ୍ତି ତାରା। ସେହିପରି କଂଗ୍ରେସର ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛି ବିଜେପି। ଦଳ କହିଛି, କଂଗ୍ରେସ ରାଜ୍ୟବାସୀଙ୍କ ସମସ୍ୟାକୁ ଆଲୋଚନା ନକରି କେବଳ ଲୋକଙ୍କୁ ଭ୍ରମିତ କରିବାକୁ ଚାହୁଁଛି । କଂଗ୍ରେସ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଯଥାର୍ଥ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking