24.1 C
Bhubaneswar
Monday, March 23, 2026
Homeଓଡିଶାନୂଆପଡାରେ କଂଗ୍ରେସର ବିଶାଳ ମିଶ୍ରଣ ପର୍ବ

ନୂଆପଡାରେ କଂଗ୍ରେସର ବିଶାଳ ମିଶ୍ରଣ ପର୍ବ

ବିଶିଷ୍ଟ ସମାଜସେବୀ ରବି ମଙ୍ଗରାଜଙ୍କ କଂଗ୍ରେସରେ ଯୋଗଦାନ

କଂଗ୍ରେସ ହେଉଛି ଦେଶ ନିର୍ମାତା ଓ ଭବିଷ୍ୟତ

ଭୁବନେଶ୍ୱର / ନୂଆପଡ଼ା:  ନୂଆପଡା ପୋଲିସ ପଡିଆଠାରେ ପିସିସି ସଭାପତି ଭକ୍ତ ଚରଣ ଦାସ, ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀ, ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା, ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ଶଗରିଆ ଏବଂ ଅନ୍ୟ ବରିଷ୍ଠ କଂଗ୍ରେସ ନେତୃବୃନ୍ଦଙ୍କ ଉପସ୍ଥିତିରେ କଂଗ୍ରେସର ନୀତି ଆଦର୍ଶ ଓ ରାହୁଳ ଗାନ୍ଧୀଙ୍କ ବିଚାରଧାରା ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ବଳିଷ୍ଠ ନେତୃତ୍ୱରେ ଅନୁପ୍ରାଣିତ ହୋଇ ନୂଆପଡା ଜିଲ୍ଲାର ବିଶିଷ୍ଟ ସମାଜସେବୀ ତଥା ସାମାଜିକ ନ୍ୟାୟ କର୍ମୀ ରବି ମଙ୍ଗରାଜ ତାଙ୍କ ହଜାର ହଜାର ସମର୍ଥକଙ୍କ ସହିତ କଂଗ୍ରେସରେ ଯୋଗଦାନ କରିଛନ୍ତି । ବିଭିନ୍ନ ବ୍ଲକ ଏବଂ ପଞ୍ଚାୟତ ଏବଂ ନୂଆପଡା ଏନଏସସିରୁ ଆସିଥିବା ହଜାର ହଜାର ଶ୍ରୀ ମଙ୍ଗରାଜଙ୍କ ସମର୍ଥକଙ୍କ ସଭାକୁ ସମ୍ବୋଧିତ କରି ପିସିସି ସଭାପତି ସମସ୍ତଙ୍କୁ କଂଗ୍ରେସ ଦଳକୁ ସ୍ୱାଗତ କରି ଶୁଭେଚ୍ଛା ଜ୍ଞାପନ କରିଥିଲେ । ଏହି ଅବସରରେ ସେ କହିଥିଲେ କି ଶ୍ରୀ ମଙ୍ଗରାଜଙ୍କ କଂଗ୍ରେସ ଦଳରେ ଯୋଗଦାନ ଦଳକୁ ଆଗକୁ ଆହୁରି ସୁଦୃଢ କରିବ। ବର୍ତ୍ତମାନ କଂଗ୍ରେସ ଏକ ମାତ୍ର ଦଳ ଯାହାକି ସାଧାରଣ ଜନତାଙ୍କ ଆଶା ଭରସା ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking