ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ କଂଗ୍ରେସର ଉଦ୍ୟମ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାରୀ ବାସଭବନ ଘେରିବାକୁ ଯୁବ କଂଗ୍ରେସ ଉଦ୍ୟମ କରିଛି । ଶହ ଶହ ସଂଖ୍ୟାରେ କଂଗ୍ରେସର ଯୁବକ ମାନେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଡ଼କୁ ମାଡ଼ି ଆସୁଛନ୍ତି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏଜି ଛକରୁ ଲୋକଭବନ ପର୍ଯ୍ୟନ୍ତ ରାସ୍ତା ସିଲ୍ କରିଛି କମିଶନରେଟ ପୁଲିସ ।ସାମାଜିକ ଓ ସମ୍ବିଧାନ ସୁରକ୍ଷା ଏବଂ ସଂଖ୍ୟାଲଘୁଙ୍କ ସୁରକ୍ଷା ଦାବିରେ ଯୁବ କଂଗ୍ରେସ ପକ୍ଷର ବିଶାଳ ଗଣଧାରଣା ହେଉଛି । ସମାଜରେ ବଢ଼ି ଚାଲିଥିବା ଧାର୍ମିକ ଘୃଣା, ବିଦ୍ବେଷ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ ହେଉଥିବା ଅଯାଚିତ ଆକ୍ରମଣ ବିରୁଦ୍ଧରେ ପ୍ରତିବାଦର ସ୍ଵର ଉଠାଇଛି କଂଗ୍ରେସ । ସମ୍ବିଧାନରେ ଥିବା ସମସ୍ତ ମୌଳିକ ଅଧିକାରର ସୁରକ୍ଷା,ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ହିଂସା କ୍ଷେତ୍ରରେ କଠୋର ଦଣ୍ଡବିଧାନ ଏବଂ ସମାଜରେ ଶାନ୍ତି ଓ ସାମ୍ପ୍ରଦାୟିକ ସଦ୍ଭାବ ପ୍ରତିଷ୍ଠା ପାଇଁ ଦାବି କରିଛି ଦଳ ।









