13.1 C
Bhubaneswar
Thursday, January 15, 2026
Homeଓଡିଶାକଂଗ୍ରେସର ୧୪୦ତମ ପ୍ରତିଷ୍ଠା ଦିବସ: ମନମୋହନ ସିଂହଙ୍କ ଶୋକସଭା

କଂଗ୍ରେସର ୧୪୦ତମ ପ୍ରତିଷ୍ଠା ଦିବସ: ମନମୋହନ ସିଂହଙ୍କ ଶୋକସଭା

ଯାଜପୁର: ରାଷ୍ଟ୍ରୀୟ ମଜଦୂର କଂଗ୍ରସ (ଆଇ. ଏନ. ଟି. ୟୁ. ସି ) ଯା ଇନଜପୁର ଜିଲ୍ଲା ପକ୍ଷରୁ ସ୍ଥାନୀୟ କାର୍ଯ୍ୟାଳୟ ଠାରେ ସ୍ୱାଧୀନତା ଆନ୍ଦୋଳନ ଠାରୁ ଆଧୁନିକ ଭାରତ ଗଠନ ରେ ସଠିକ ନେତୃତ୍ୱ ନେଇଥିବା ଭାରତୀୟ ଜାତୀୟ କଂଗ୍ରେସର ୧୪୦ ତମ ପ୍ରତିଷ୍ଠା ଦିବସ ପାଳନ ପରିପ୍ରେକ୍ଷୀରେ ପୁର୍ବତନ ପ୍ରଧାନମନ୍ତ୍ରୀ ଡ଼.ମନମୋହନ ସିଂହଙ୍କ ବିୟୋଗରେ ଶୋକସଭା ଓ ଆଲୋଚନା ଚକ୍ର ଆଇ. ଏନ. ଟି. ୟୁ. ସି. ର ରାଜ୍ୟ ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା ନାରାୟଣ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡା, ପରୀକ୍ଷିତ ମଲିକ. ପଦ୍ମନାଭ ନାୟକ, ମହିନ୍ଦ୍ରକୁମାର ମହାପାତ୍ର ଓ ବିଦ୍ୟାଧର ଜେନା ପ୍ରମୁଖ ଜାତୀୟ କଂଗ୍ରେସର ୧୪୦ ବର୍ଷର ସଠିକ ନେତୃତ୍ୱ ତଥା ସ୍ୱାଧୀନତା ମୁକ୍ତି ଆନ୍ଦୋଳନ ରେ ସହିଦ ହୋଇଥିବା ବ୍ୟକ୍ତି ବିଶେଙ୍କଙ୍କ ଗୁଣ ଗାନ କରିଥିଲେ l ଏହି ଆଲୋଚନା ଚକ୍ରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ବିଶିଷ୍ଟ ଶିକ୍ଷାବିତ୍ ଓ ଅର୍ଥନୌତିକ ଡ଼,ମନମୋହନ ସିଂହ ଙ୍କ ବିୟୋଗ ରେ ଶୋକ ବ୍ୟକ୍ତ କରିବା ସହ ୨୦୦୪ ଠାରୁ ୨୦୧୪ ପ୍ରଧାନମନ୍ତ୍ରୀ ସମୟରେ ରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଇନ ପ୍ରଣୟନ ମଧ୍ୟରେ ମନେରେଗା, ସୂଚନାଅଧିକାର ଆଇନ, ଖାଦ୍ୟସୁରେକ୍ଷା ଆଇନ ଜାତିୟ ଶିକ୍ଷା ନୀତି ସ୍ୱlସ୍ତ୍ ସୁରକ୍ଷା ପ୍ରଭୃତି ବିଭନ୍ନ ଯୋଜନା କରି ଥିଲେ l ୨୦୦୮ ଅନଶଗଠିତ ଆଇନ ବିଶେଷ କରି ୧୯୯୧ରେ ଅର୍ଥମନ୍ତ୍ରୀ ଥିବା ବେଳେ ଦେଶର ଆର୍ଥିକ ସଂକଟ ଦୂର କରିବା ସହିତ ଜଗତିକରଣ ପ୍ରକ୍ରିୟା ଆରଂଭ ଦ୍ୱାରା ଦେଶର ଅର୍ଥନୀତି ସୁଦୃଢ ହୋଇଛି ବୋଲି ବ୍ୟକ୍ତା ମାନେ ତାଙ୍କର ଗୁଣଗାନ କରିବା ସହିତ କଂଗ୍ରସ ତାର ଗୌରଭ ପୂର୍ଣ୍ଣ ଇତିହାସଙ୍କୁ ବଜାଇ ରଖିଛି ବୋଲି ସଭାପତି ଶ୍ରୀ ମହାନ୍ତି ଆଲୋଚନା ଚକ୍ର ରେ ପ୍ରକାଶ କରିଥିଲେ l ଶେଷରେ ସୁଦର୍ଶନ ତରାଇ ଧନ୍ୟବାଦ ଅର୍ପଣ କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking