ଭୁବନେଶ୍ୱର: ଅକ୍ଷୟ ତୃତୀୟାରେ କଂଗ୍ରେସର ବଡ ଯୋଜନା ରହିଛି । କଂଗ୍ରେସ କରିବ ଚାଷୀ ସଭା । ୩୦ ତାରିଖ ଦିନ ଚାଷୀ ସଭା କରିବାକୁ ଯୋଜନା କରାଯାଇଛି । ପ୍ରତ୍ୟେକ ଜିଲ୍ଲାରେ ଚାଷୀ ସଭା କରିବ କଂଗ୍ରେସ । ଜିଲ୍ଲାର ଚାଷୀଙ୍କ ସମସ୍ୟା ନେଇ ଆଲୋଚନା କରିବ । ଏହା ପରେ ଚାଷୀଙ୍କ ଆନ୍ଦୋଳନ ଆରମ୍ଭ କରିବ କଂଗ୍ରେସ । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି ।