19.1 C
Bhubaneswar
Sunday, January 11, 2026
Homeଓଡିଶାକଂଗ୍ରେସ ଏକ ବିକଳ୍ପ ଶକ୍ତି ଭାବେ ଉଭା ହେବ

କଂଗ୍ରେସ ଏକ ବିକଳ୍ପ ଶକ୍ତି ଭାବେ ଉଭା ହେବ

ଭୁବନେଶ୍ୱର:  କଂଗ୍ରେସ ଓଡ଼ିଶାର ଦଳିତ ଓ ଆଦିବାସୀ ମାନଙ୍କ ପାଖକୁ ଯାଇ ନେତୃତ୍ୱ ବିକାଶ ମିଶନ ଜରିଆରେ ନୂତନ ନେତୃତ୍ୱ ସୃଷ୍ଟି କରିବା ସଂଗେ ସଂଗେ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ କାର୍ଯ୍ୟ କରିବ ଓ ସୁସ୍ଥ ଗଣତନ୍ତ୍ର ପାଇଁ କଂଗ୍ରେସ ଏକ ବିକଳ୍ପ ଶକ୍ତି ଭାବେ ଉଭା ହେବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ କହିଛନ୍ତି । ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ ଶ୍ରୀ ମାନସ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନେତୃତ୍ୱ ବିକାଶ ମିଶନ ଓ କାର୍ଯ୍ୟକାରିଣୀ ବୈଠକରେ ଅଖିଳ ଭାରତୀୟ କଂଗ୍ରେସ ଅନୁସୂଚିତ ଜାତି ବିଭାଗର ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ଜଙ୍ଗା ଗୌତମ ଯୋଗଦେଇ ଗଣତନ୍ତ୍ରର ସୁରକ୍ଷା ପାଇଁ ଆୟୋଜିତ ରାଜନୈତିକ କାର୍ଯ୍ୟକ୍ରମକୁ ଅନୁସୂଚିତ ଜାତି ବିଭାଗର ପ୍ରତ୍ୟେକଟି କାର୍ଯ୍ୟକର୍ତ୍ତା ଜୀବନର ବ୍ରତଭାବେ ଗ୍ରହଣ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ଓଡ଼ିଶା ପ୍ରଦେଶ ଆଦିବାସୀ କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ଯଶୋବନ୍ତ ସିଂ ଲାଗୁରି, ପଛୁଆ ବର୍ଗର ପୂର୍ବତନ ଜାତୀୟ ସଂଯୋଜକ ରାଜକିଶୋର ବାରିକ, ପୂର୍ବତନ ପିସିସି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ବାଙ୍କନିଧି ବେହେରା, ଅନିମା ମିଞ୍ଜ, ପୂର୍ବତନ ପିସିସି ଅନୁସୂଚିତ ଜନଜାତି ବିଭାଗ ଅଧ୍ୟକ୍ଷ ଭୁଜବଳ ମାଝୀ ଏବଂ ବିଭାଗର ଉପାଧ୍ୟକ୍ଷ କ୍ଷୀରୋଦ ଚନ୍ଦ୍ର ପାତ୍ର, ଜାନକୀ ମଲ୍ଲିକ, ଏଲ ମାଣିକ ପ୍ରଭା, ଜୟନ୍ତ ଭୋଇ, ଅଭିଷେକ ସେଠ, ରଞ୍ଜନ ସେଠୀ ପ୍ରମୁଖ ଯୋଗଦେଇଥିଲେ ।
https://www.youtube.com/watch?v=ryVcWx7IDTY&t=5s
5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking