24.1 C
Bhubaneswar
Monday, February 9, 2026
Homeଓଡିଶାଆଗାମୀ ୨୦୨୯ ନିର୍ବାଚନ ଭକ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ ନିର୍ବାଚନ ଲଢ଼ିବ : ଲଲ୍ଲୁ

ଆଗାମୀ ୨୦୨୯ ନିର୍ବାଚନ ଭକ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ ନିର୍ବାଚନ ଲଢ଼ିବ : ଲଲ୍ଲୁ

ନୂଆପଡ଼ା / ଭୁବନେଶ୍ୱର: ଆଜି ନୂଆପଡ଼ା ସ୍ଥିତ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଲେ, ନୂଆପଡା ଓଡ଼ିଶାର ସବୁଠୁ ପଛୁଆ ଜିଲ୍ଲା। ଏହା ମଧ୍ୟ ଆଦିବାସୀ ବହୁଳ ଜିଲ୍ଲା ଭାବରେ ପରିଚିତ । ଏଠାରେ ଫ୍ଲୋରାଇଡଯୁକ୍ତ ପାଣି ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା । ଏଥିପାଇଁ ପ୍ରାୟ ୫୦ ହଜାର ଲୋକ ଫ୍ଲୋରାଇସି ରୋଗର ଶିକାର ହୋଇଛନ୍ତି। ୨୦୦୬ରେ ୟୁପିଏ ଆଦିବାସୀଙ୍କୁ ବନାଧିକାର ପଟ୍ଟା ପ୍ରଦାନ କରିଥିଲା । ନୂଆପଡାରୁ ୪୫ ହଜାର ଜଣ ପଟ୍ଟା ପାଇଁ ଆବେଦନ କରିଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କେବଳ ୭୦୦୦ ପଟ୍ଟା ଦିଆଯାଇଛି । ସିଆରଏଫ ପ୍ରୋଗ୍ରାମ ମାଧ୍ୟମରେ ୮୪୬ ଗୋଟି ଗ୍ରାମ ସଭା ବନବିଭାଗ ଏବଂ ସରକାରକୁ ଆବେଦନ କରିଥିଲା । କିନ୍ତୁ କେବଳ ୪୬ ଗୋଟି ଗ୍ରାମସଭାକୁ ଅନୁମତି ମିଳିଛି । ମହୁଲ ଉପରେ ଏମଏସପି ନାହିଁ, କେନ୍ଦୁପତ୍ର ଏବଂ ଅନ୍ୟ ବନ୍ୟଜାତ ଦ୍ରବ୍ୟ ସବୁ ଅତି ଶସ୍ତାରେ ଆଦିବାସୀ ବିକ୍ରି କରିବାକୁ ବାଧ୍ୟ ହେଉଛି । ବିଜେଡି ଓ ବିଜେପି ମିଳିତ ରୂପେ ୯ ବର୍ଷ ସରକାର ଚଳାଉଥିଲେ ଏବଂ ବର୍ତ୍ତମାନ ବିଜେପି ଇସାରାରେ ବିଜେଡି ଚାଲୁଛି । ଲୋକସଭା କିମ୍ବା ରାଜ୍ୟସଭାରେ କୌଣସି ବିଲ ଆସିଲେ ବିଜେଡି ସମର୍ଥନ କରୁଛି । ଏମାନେ ଗୋଟିଏ ଟଙ୍କାର ଦୁଇଟି ପାର୍ଶ୍ଵ । ପିସିସି ସଭାପତି ଭକ୍ତ ଚରଣ ଦାସ ଏ ଅଞ୍ଚଳର ଲୋକସଭା ସଦସ୍ୟ ଥିବାବେଳେ ଯାହା କିଛି ବୃହତ ଯୋଜନା ହୋଇଥିଲା । ଘାସିରାମ ମାଝୀ ଆମ କଂଗ୍ରେସ ପ୍ରାର୍ଥୀ ଦୀର୍ଘ ୩୦ ବର୍ଷହେଲା ତୃଣମୂଳ ସ୍ତରରେ ଲଢେଇ କରୁଛନ୍ତି । ତାଙ୍କ ଲୋକପ୍ରିୟତା ଅଛି, ସେ ନିଶ୍ଚୟ ଜିତିବେ । ଏଇ ମଧ୍ୟରେ ଓଡିଶା କଂଗ୍ରେସ ସଭାପତି ଭକ୍ତ ଦାସଙ୍କୁ ବିଜେପି ବିଜେଡି ଆକ୍ଷେପ କରିଛନ୍ତି ଯେ, ନୂଆପଡା ହାରିଲେ ଶ୍ରୀ ଦାସଙ୍କୁ ସଭାପତି ପଦରୁ ହଟାଇ ଦିଆଯିବ । ମୁଁ ଜାତୀୟ କଂଗ୍ରେସ ଓଡିଶା ପ୍ରଭାରୀ ହିସାବରେ କହିବାକୁ ଚାହେଁ, ହଟାଇବା ଦୂର କଥା, ଆଗାମୀ ୨୦୨୯ ସାଧାରଣ ନିର୍ବାଚନ ମଧ୍ୟ ଭକ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ ଓଡ଼ିଶାରେ ନିର୍ବାଚନ ଲଢ଼ିବ ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଲେ, ଗତ ରାତି କୋମନାଠାରେ ଥିବା ସଂକଳ୍ପ ହୋଟେଲରେ କୋରାପୁଟ ବିଜେପି ବିଧାୟକଙ୍କ ପିଏସଓ ମାତାଲ ହୋଇ ଲୋକଙ୍କୁ ଧମକାଇବା ଉଦ୍ଦେଶ୍ୟରେ ଫାଙ୍କା ଗୁଳି ଚାଳନା କରିଛନ୍ତି । ବିଜେପି ବିଜେଡି ନିର୍ବାଚନ ଲଢ଼ୁଛନ୍ତି ନା ଲୋକଙ୍କୁ ଧମକ ଚମକ ଦେଇ ପ୍ରଶାସନକୁ ବେଆଇନ କାମ କରି ନିର୍ବାଚନ ହାତେଇବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ ପଚାରିବା ସହ ସେ କହିଛନ୍ତି, ଆମ ଆଦିବାସୀ ପ୍ରାର୍ଥୀ ସମସ୍ତ ପ୍ରାର୍ଥୀଙ୍କଠାରୁ ଅଧିକ ଲୋକପ୍ରିୟ। ସେ ଲୋକଙ୍କ ସାଥିରେ ଲଢେଇ କରୁଥିବା ଏକ ସଂଗ୍ରାମୀ ସାଥୀ ତେଣୁ ବିଜେପି ଭୟଭୀତ ହୋଇ ଜନସାଧାରଣଙ୍କୁ ଧମକ ଦେବା ରାଜନୀତି କରୁଛି। କିନ୍ତୁ ନୂଆପଡାବାସୀ କଂଗ୍ରେସ ପ୍ରାର୍ଥୀ ଘାସିରାମଙ୍କୁ ଭୋଟ ଦେବେ ବୋଲି ନିଷ୍ପତ୍ତି ନେଇ ସାରିଲେଣି। ସାମ୍ବାଦିକ ସମ୍ମିଳନୀର ପ୍ରାରମ୍ଭରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ କହିଲେ । ବିଜେପି ମୋଦୀ ସରକାରଙ୍କ ଭୁଲ ଭଟକା ଏନଆରଜିଏସ ନୀତି ଯୋଗୁଁ ସୁକିନ୍ଦାରେ ନିଶା ମାଙ୍କଡ଼ିଆ ନାମ୍ନୀ ଜଣେ ଆଦିବାସୀଙ୍କ ଅନାହାର ମୃତ୍ୟୁ ହେଲା। ନୂଆପଡାରେ ମଧ୍ୟ ଅନୁରୂପ ସ୍ଥିତି । ଆଦିବାସୀଙ୍କ ଅଧିକାର ସରକାର ହନନ କରିବା ଫଳରେ ଆଦିବାସୀଙ୍କୁ ଦାଦନ ଦୁଃଖ ଯାତନା ସହିବାକୁ ପଡୁଛି । ଓଡ଼ିଶାରେ ଆମ ସରକାର ଥିବାବେଳେ ପତୋରା ଓ ତିଖାଲି ଭଳିଆ ବୃହତ ଜଳସେଚନ ଯୋଜନା, ବିଜୁଳୀକରଣ, ଉନ୍ନତ ରାସ୍ତା ନିର୍ମାଣ କାର୍ଯ୍ୟ ସବୁ ଆରମ୍ଭ କରା ଯାଇଥିଲେ । ୨୫ ବର୍ଷର ବିଜେଡି ଓ ବିଜେପି ସରକାର କେବଳ ମାଗଣା ଭେଳିକି ବ୍ୟତୀତ କଣ ସବୁ ବୃହତ ଯୋଜନା କରିଛି କହନ୍ତୁ । ଆଜିର ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ମୁଖପାତ୍ର ଡ଼ ହମିଦ ହୁସେନ, ନୂଆପଡ଼ା ଜିଲ୍ଲା କଂଗ୍ରେସ ଗଣମାଧ୍ୟମ ସଂଯୋଜକ ସୁଧୀର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking