26.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଇଣ୍ଡିଆ ମିଳିତ ମଞ୍ଚରୁ ବାଦ୍ ପଡ଼ିବ କଂଗ୍ରେସ!; ଦାବିକୁ ଜୋରଦାର କଲା ଆପ୍‌

ଇଣ୍ଡିଆ ମିଳିତ ମଞ୍ଚରୁ ବାଦ୍ ପଡ଼ିବ କଂଗ୍ରେସ!; ଦାବିକୁ ଜୋରଦାର କଲା ଆପ୍‌

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏହା ପୂର୍ବରୁ ଇଣ୍ଡିଆ ମେଣ୍ଟରେ ବଡ଼ ଧରଣର ଫାଟ ସୃଷ୍ଟି ହୋଇଛି। କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଆପ୍‌) ମଧ୍ୟରେ ଭିତରେ ସୃଷ୍ଟି ହୋଇଥିବା କନ୍ଦଳ ଏବେ ପୁରା ମିଳିତ ମେଣ୍ଟକୁ ହିଁ ବିପଦରେ ପକାଇଦେଇଛି। ରିପୋର୍ଟ ଅନୁସାରେ ଆପ୍ ଏବେ ଇଣ୍ଡିଆ ମେଣ୍ଟରୁ କଂଗ୍ରେସକୁ ବାଦ୍ ଦେବାକୁ ଜିଦ୍ ଧରିଛି। କିଛି ଦିନ ପୂର୍ବରୁ ଇଣ୍ଡିଆ ମେଣ୍ଟର ନେତୃତ୍ୱ କଂଗ୍ରେସ ଠାରୁ ପ୍ରତ୍ୟାହାର କରିନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦେବାକୁ ଦାବି ଉଠିଥିବା ବେଳେ ଏବେ ଆପ୍ କିନ୍ତୁ ଏହି ମେଣ୍ଟରୁ କଂଗ୍ରେସକୁ ସମ୍ପୂର୍ଣ୍ଣ ରୂପେ ବାଦ୍ ଦେବାକୁ ଦାବି କରିବା ଆରମ୍ଭ କରିଛି।

୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱ ଯୋଗୁ ଇଣ୍ଡିଆ ମେଣ୍ଟକୁ ବିଫଳ ହେବାକୁ ପଡ଼ିଲା ବୋଲି ମେଣ୍ଟର ଅନେକ ସହଯୋଗୀ ଦଳ ଭାବୁଛନ୍ତି। ଏତଦ୍‌ବ୍ୟତୀତ କେତେକ ରାଜ୍ୟରେ ହୋଇଥିବା ଉପ ବିଧାନସଭା ନିର୍ବାଚନ ସାଙ୍ଗକୁ ହରିଆଣାରେ କଂଗ୍ରେସ ଏକାକୀ ଲଢ଼ିବା ନିଷ୍ପତ୍ତି ମଧ୍ୟ ଅନେକ ସହଯୋଗୀ ଦଳଙ୍କୁ ଅସନ୍ତୁଷ୍ଟ କରିଛି। ଏସବୁ ମଧ୍ୟରେ ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦ୍‌ମୀ ପାର୍ଟି ଆଗୁଆ ଏକାକୀ ନିର୍ବାଚନ ଲଢ଼ିବାକୁ ଘୋଷଣା କରିସାରିଛି। ଏହାକୁ ନେଇକଂଗ୍ରେସ ନେତାଙ୍କ ତରଫରୁ ଲଗାତର ଆପ୍ ବିରୋଧରେ ବୟାନବାଜି କରାଯାଇଆସୁଛି। ଏହାକୁ ନେଇ ଆପ୍ କର୍ମକର୍ତ୍ତା ବେଶ୍ ଉତ୍‌କ୍ଷିପ୍ତ ହୋଇପଡିଛନ୍ତି। ଏସବୁ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଅଜୟ ମାକେନ୍ କହିଛନ୍ତି ଯେ, ଦିଲ୍ଲୀରେ ଆପ୍ ସହ ମେଣ୍ଟ କରିବା ବଡ ଭୁଲ୍ ନିଷ୍ପତ୍ତି ଥିଲା। ସେହିପରି ଦିଲ୍ଲୀ ଯୁବ କଂଗ୍ରେସ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା ନାଁରେ ଆପ୍ ସରକାରଙ୍କ ପକ୍ଷରୁ ଠକେଇ କରାଯାଉଥିବା ଅଭିଯୋଗ ଆଣି ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। କେବଳ ସେତିକି ନୁହେଁ କେଜ୍ରିିୱାଲ୍‌ଙ୍କୁ ଜଣେ ଦେଶଦ୍ରୋହୀ କହିବାକୁ ମଧ୍ୟ କଂଗ୍ରେସ ନେତା ପଛାଇନାହାନ୍ତି। ଏହାକୁ ନେଇ ମଧ୍ୟ ଆପ୍ ନେତାମାନେ ରାଗିଯାଇଛନ୍ତି।

ଏସବୁ ଆରୋପ ପ୍ରତ୍ୟାରୋପ ମଧ୍ୟରେ ଆପ୍ ଏବେ କଂଗ୍ରେସକୁ ଇଣ୍ଡିଆ ମେଣ୍ଟରୁ ସମ୍ପୂର୍ଣ୍ଣ ରୂପେ ଆଉଟ୍ କରିବାକୁ ଦାବି କରିଛି। ଏତଦ୍‌ବ୍ୟତୀତ ଆପ୍ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏସମ୍ପର୍କରେ ଇଣ୍ଡିଆ ମେଣ୍ଟର ଅନ୍ୟ ସହଯୋଗୀ ଦଳର ମୁଖ୍ୟଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଦେଇଥିବା ଜଣାପଡିଛି। କଂଗ୍ରେସ ବିଜେପିର ଅନ୍ୟତମ ସହଯୋଗୀ ଦଳ ସାଜିଥିବା ଆପ୍ ଯୁକ୍ତି ବାଢିଥିବା ବେଳେ କଂଗ୍ରେସ ମଧ୍ୟ ସମାନ ଅଭିଯୋଗ ଆପ୍ ବିରୋଧରେ ଆଣିଛି। ପୂର୍ବରୁ ସମାଜବାଦୀ ପାର୍ଟି, ଆରଜେଡି ସମେତ ଏକାଧିକ ଦଳ ଇଣ୍ଡିଆ ମେଣ୍ଟର ନେତୃତ୍ୱ ମମତାଙ୍କୁ ମିଳିବା ଉଚିତ୍ ବୋଲି ସ୍ପଷ୍ଟ କରିସାରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking