27.1 C
Bhubaneswar
Wednesday, March 18, 2026
Homeଓଡିଶାଶୀତ ଅଧିବେଶନରେ କଂଗ୍ରେସ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିବ : ରାମଚନ୍ଦ୍ର କାଡାମ

ଶୀତ ଅଧିବେଶନରେ କଂଗ୍ରେସ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିବ : ରାମଚନ୍ଦ୍ର କାଡାମ

ଭୁବନେଶ୍ୱର : ଆସନ୍ତାକାଲିଠୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ । ଆଜି ସର୍ବଦଳୀୟ ବୈଠକ ଡାକି ବାଚସ୍ପତି ଗୃହ ସୁପରିଚାଳନା ପାଇଁ ସହଯୋଗ ଲୋଡ଼ିଥିବାବେଳେ ଉଭୟ ଶାସକ ଓ ବିରୋଧୀ ଭିନ୍ନ ଭିନ୍ନ ଭାବେ ବୈଠକ କରି ନିଜର ରଣନୀତି ଚୂଡ଼ାନ୍ତ କରିଛନ୍ତି । ରାଜ୍ୟର ବିଜେପି ସରକାରଙ୍କୁ ଘେରିବା ପାଇଁ ବିରୋଧୀ କଂଗ୍ରେସ ବିଭିନ୍ନ ପ୍ରସଙ୍ଗ ପ୍ରସ୍ତୁତ ସହ ଗୃହ ଭିତରେ ଆକ୍ରଣାତ୍ମକ ଆଭିମୁଖ୍ୟ ପୋଷଣ ନିମନ୍ତେ ରଣନୀତି ଚୂଡ଼ାନ୍ତ କରିଛନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ପରେ ଶ୍ରୀ କାଡାମ କହିଛନ୍ତି ଯେ, ଶୀତ ଅଧିବେଶନରେ ଦଳ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିବାକୁ ଆଜି ନିଷ୍ପତ୍ତି ନିଆଯାଇଛି। କନ୍ଧମାଳରେ ଅନାହାର ମୃତ୍ୟୁ, ବଲାଙ୍ଗୀର ଓ ରାୟଗଡ଼ାରେ ଶିଶୁବିକ୍ରି, ଗନ୍ଧମାର୍ଦ୍ଦନ ପର୍ବତକୁ ଅଦାନୀକୁ ଟେକିଦେବା, ନିଟ ପରୀକ୍ଷାରେ ଅନିୟମିତତା, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଦାନା ବାତ୍ୟା କ୍ଷୟକ୍ଷତି ଆକଳନରେ ଅନିୟମିତତା, ପେସା ଆଇନ ଓ ଆଦିବାସୀ ପ୍ରସଙ୍ଗ, ବେରୋଜଗାର ଓ ଦରଦାମ ବୃଦ୍ଧି ଭଳି ପ୍ରସଙ୍ଗକୁ ଗୃହରେ ଶାଣିତ ଢଙ୍ଗରେ ଉତଥାପନ କରାଯିବ ବୋଲି ଶ୍ରୀ କାଡାମ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking