25.1 C
Bhubaneswar
Thursday, December 11, 2025
Homeଓଡିଶାକାଲି ଏଫଏମ କଲେଜ ଯିବ କଂଗ୍ରେସ ଟିମ୍‌: ଭକ୍ତ

କାଲି ଏଫଏମ କଲେଜ ଯିବ କଂଗ୍ରେସ ଟିମ୍‌: ଭକ୍ତ

ଭୁବନେଶ୍ୱର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା । ସରକାରଙ୍କୁ ପିସିସି ସଭାପତି ଭକ୍ତ ଦାସଙ୍କ ଟାର୍ଗେଟ ।କଂଗ୍ରେସ ପକ୍ଷରୁ ଘଟଣାକୁ ନେଇ ଆନ୍ଦୋଳନ କରାଯାଉଛି । ଠିକ ଢଙ୍ଗରେ ଘଟଣାର ତଦନ୍ତ ହେବାର ଆବଶ୍ୟକତା ରହିଛି । ମହିଳା କଂଗ୍ରେସ ଆସନ୍ତାକାଲି ବାଲେଶ୍ୱର ଏଫଏମ କଲେଜ ଯିବ । ଛାତ୍ରୀ କାହିଁକି ଆତ୍ମହତ୍ୟା କଲା, ସମସ୍ତଙ୍କୁ ସେ ଅବଗତ କରିଥିଲା । କାହିଁକି ଛାତ୍ରୀଙ୍କ ଅଭିଯୋଗକୁ ହାଲୁକା ଭାବେ ନିଆଗଲା ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ଦାସ । ଅନ୍ୟପଟେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରିଛି ଛାତ୍ର କଂଗ୍ରେସ । ବାଲେଶ୍ୱର ଘଟଣାରେ ଘେରାଉ କରି ନାରାବାଜି କରୁଛି ଛାତ୍ର କଂଗ୍ରେସ ।

ସୂଚନାଯୋଗ୍ୟ, ଅଧ୍ୟାପକଙ୍କ ବିରୋଧରେ ଦୁର୍ବ୍ୟବହାର ଓ ମାନସିକ ନିର୍ଯାତନା ଅଭିଯୋଗ ଆଣି ନ୍ୟାୟ ନ ମିଳିବାରୁ ବାଲେଶ୍ୱରର ସ୍ୱଂୟଶାସିତ ଫକୀର ମୋହନ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଛାତ୍ରୀ ଶନିବାର ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ସେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କ ଶରୀରର ୯୦% ଜଳିଯାଇଥିବା ସୂଚନା ରହିଛି। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱରସ୍ଥିତ ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଏହି ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଛାତ୍ରୀ ମଧ୍ୟ ପୋଡ଼ି ଯାଇଥିଲେ। ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଶନିବାର ଏଭଳି ଅଭାବନୀୟ ଘଟଣା ଘଟିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking