31.1 C
Bhubaneswar
Tuesday, March 24, 2026
Homeଓଡିଶାନାରୀଙ୍କ ପାଇଁ ଅସୁରକ୍ଷିତ ହେଉଛି ଓଡ଼ିଶା ; କୁମ୍ଭକର୍ଣ୍ଣ ନିଦ୍ରାରେ ସରକାର

ନାରୀଙ୍କ ପାଇଁ ଅସୁରକ୍ଷିତ ହେଉଛି ଓଡ଼ିଶା ; କୁମ୍ଭକର୍ଣ୍ଣ ନିଦ୍ରାରେ ସରକାର

ପୋଲିସ ଥକିଯିବ, କଂଗ୍ରେସ ଥକିବ ନାହିଁ : ଭକ୍ତ

କଟକ /ଭୁବନେଶ୍ୱର:  ଦିନକୁ ଦିନ ଓଡ଼ିଶା ଅସୁରକ୍ଷିତ ହେବାରେ ଲାଗିଛି। ମହିଳା ଓ ଛାତ୍ରୀ ମାନଙ୍କ ପାଇଁ ବାହାରକୁ ଯିବା ବି କଷ୍ଟକର ହୋଇପଡ଼ିଲାଣି। ପ୍ରତିଦିନ ନାରୀ ନିର୍ଯାତନାର ଖବର ଆସୁଛି। କିନ୍ତୁ ସରକାର ଓ ପୋଲିସର କାର୍ଯ୍ୟାନୁଷ୍ଠାନ ଶୁନ। ମହିଳା ମାନଙ୍କୁ ସୁରକ୍ଷା ଏବଂ ବଳଙ୍ଗା ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ସରକାର ଓ ପୋଲିସ ପ୍ରଶାସନକୁ ଚେତାଇ ଦେବା ନିମନ୍ତେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଟକ ପୋଲିସ ଡ଼ିଜି କାର୍ଯ୍ୟାଳୟ ସମ୍ମୁଖରେ ଏକ ଶାନ୍ତିପୂର୍ଣ ଧାରଣା କରାଯାଇଥିଲା । ମାତା ମଠ ଛକ ଠାରୁ ଶୋଭାଯାତ୍ରା ଆରମ୍ଭ କରି ଡ଼ିଜି ଅଫିସ ପହଞ୍ଚିବା ସହ ଡ଼ିଜି ଅଫିସ ଆଗରେ ଧାରଣା ପ୍ରଦର୍ଶନ କରାଯାଇଥିଲା ।

ଏହି ଧାରଣାରେ ପିସିସି ସଭାପତି ଭକ୍ତ ଚରଣ ଦାସ ନିଜ ଅଭିଭାଷଣରେ କହିଥିଲେ, ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ବଦଳରେ ଘଟଣାକୁ ଚପାଇ ଦେବାକୁ ପ୍ରୟାସ କରୁଛନ୍ତି ସରକାର। ଯଦି ମହିଳା ଓ ଛାତ୍ରୀଙ୍କ ପ୍ରତି ଟିକେ ବି ସମ୍ବେଦନଶୀଳତା ଅଛି, ତେବେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ଉଦାହରଣ ସୃଷ୍ଟି କରନ୍ତୁ ସରକାର। ରାଜ୍ୟରେ ମହିଳାଙ୍କୁ ସୁରକ୍ଷା, ସମ୍ମାନ ଓ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିବ କଂଗ୍ରେସ । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ୱରେ ଭୁବନେଶ୍ୱର ସମ୍ବିଧାନ ବଚାଓ ରାଲିରେ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିଛି । ବାଲେଶ୍ୱର ଛାତ୍ରୀ ଆତ୍ମାହୁତିକୁ ନେଇ ରାଜ୍ୟ ବନ୍ଦ ପାଳନ, ବିଧାନସଭା, ମୁଖ୍ୟମନ୍ତ୍ରୀ ନିବାସ ଘେରାଉ ଆଦି ବିଭିନ୍ନ କାର୍ଯ୍ୟକ୍ରମ କରି ସରକାରଙ୍କ ଉପରେ ଚାପ ସୃଷ୍ଟି କରୁଛୁ । ରାଜ୍ୟରେ କଂଗ୍ରେସ ନାରୀଙ୍କ ନ୍ୟାୟ ପାଇଁ ରାଜରାସ୍ତାକୁ ଓଲ୍ହାଇଛି। ଆଗାମୀ ଦିନରେ ପ୍ରଚଣ୍ଡ କିନ୍ତୁ ଶାନ୍ତିପୂର୍ଣ ଆନ୍ଦୋଳନ ହେବ ।ପୋଲିସ ଥକିଯିବ, କଂଗ୍ରେସ ଥକିବ ନାହିଁ । ପ୍ରତ୍ୟେକ ଥାନା ସାମ୍ନାରେ ଧାରଣା ଦେବ କଂଗ୍ରେସ ବୋଲି ସଭାପତି ଶ୍ରୀ ଦାସ ଘୋଷଣା କରିଥିଲେ ।

ଏହି ଶାନ୍ତିପୂର୍ଣ ଧାରଣାରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ, ଜୟଦେବ ଜେନା, ପୂର୍ବତନ ବିଧାୟକ ମହମ୍ମଦ ମୋକିମ, ସୁରେଶ କୁମାର ରାଉତରାୟ, ଦେବାଶିଷ ପଟ୍ଟନାୟକ, ଜଗନ୍ନାଥ ପଟ୍ଟନାୟକ, ରବି ମଲ୍ଲିକ, ପୂର୍ବତନ ସାଂସଦ ଅନନ୍ତ ଚରଣ ସେଠୀ, ରାମଚନ୍ଦ୍ର ଖୁଣ୍ଟିଆ, ବିଧାୟିକା ସୋଫିଆ ଫିର୍ଦୋଷ, ବିଧାୟକ ଅଶୋକ ଦାଶ, ଓଡିଶା ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ଉପସଭାପତି ସସ୍ମିତା ବେହେରା, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ମାନସ ଚୌଧୁରୀ, ସୁରେଶ ମହାପାତ୍ର, କଟକ ଜିଲ୍ଲା ସଂଯୋଜକ ପ୍ରଦୀପ୍ତ କୁମାର ଦାସ, ଭୁବନେଶ୍ୱର ସଂଯୋଜକ ବିଶ୍ୱଜିତ ଦାଶ, ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରମୁଖ ଯୋଗଦେଇ ରାଜ୍ୟ ପୋଲିସର ନିଷ୍କ୍ରିୟତା ପାଇଁ ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନାର ଦୃଢ ନିନ୍ଦା କରିବା ସହ ପୋଲିସକୁ ତାର କର୍ତ୍ତବ୍ୟ ଅନୁଯାୟୀ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ପିସିସି ସଭାପତିଙ୍କ ନିର୍ଦେଶକ୍ରମେ ରାଜ୍ୟ ଏକ ୧୧ ଜଣିଆ ମହିଳା ପ୍ରତିନିଧି ମଣ୍ଡଳୀ ପୁଲିସ ଡିଜିଙ୍କ ଅନୁପସ୍ଥିତିରେ ଅତିରିକ୍ତ ପୁଲିସ ଡିଜିଙ୍କୁ ସ୍ମାରକ ପତ୍ର ପ୍ରଦାନ କରି ନାରୀ ନିର୍ଯାତନା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ବିଧାୟିକା ସୋଫିଆ ଫିର୍ଦୋଷ, ଉପ ସଭାନେତ୍ରୀ ସସ୍ମିତା ବେହେରା, ଗିରିବାଳା ବେହେରା, ମଧୁସ୍ମିତା ସେଠୀ, ବନ୍ଦିତା ପରିଡା, ସ୍ବର୍ଣ୍ଣପ୍ରଭା ପଶାୟତ, ସୁନିତା ବିଶ୍ୱାଳ, ସସ୍ମିତା ପଣ୍ଡା, ପ୍ରଣତି ମିଶ୍ର, ଅମ୍ରିତା ଦାସ ସାମିଲ ଥିଲେ ।

ପୂର୍ବତନ ପିସିସି ସାଧାରଣ ସମ୍ପାଦକ ବିଶ୍ୱଜିତ ଦାଶଙ୍କ ସଂଯୋଜନାରେ ଆଜିର କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ରଜନୀ ମହାନ୍ତି, ପ୍ରକାଶ ମିଶ୍ର,ଅଶୋକ ସ୍ୱାଇଁ, ନଳିନୀକାନ୍ତ ନାୟକ, ସିଦ୍ଧାର୍ଥ ସ୍ୱରୂପ ଦାସ, ଦେବେନ୍ଦ୍ର ସାହୁ, ସନ୍ତୋଷ ଭୋଳ, ନିକୁଞ୍ଜ ପଶାୟତ, ଆର୍ଯ୍ୟବୀର ଲେଙ୍କା, ରାଜୀବ ପଟ୍ଟନାୟକ, ନିରଞ୍ଜନ ନାୟକ, ଦେବ ପ୍ରସାଦ ନାୟକ, ତରୁଣ ଦାଶ, ଚିନ୍ମୟ ସୁନ୍ଦର ଦାଶ, ମନୋଜ ରାଉତ, ବିପ୍ଳବ ଚୌଧୁରୀ, ନଟବର ବାରିକ, ମାନସ ମଲ୍ଲିକ, ସୋନାଲି ସାହୁ, ମନୀଷା ଦାସ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ମଧୁସ୍ମିତା ଆଚାର୍ଯ୍ୟ, ଶ୍ରୀୟା ସ୍ମିତା ପଣ୍ଡା, ଶିଳ୍ପୀଶ୍ରୀ ହରିଚନ୍ଦନ, ଅମିତା ବିଶ୍ୱାଳ ପ୍ରମୁଖ ଯୁବ, ମହିଳା, ଛାତ୍ର ଏବଂ ପିସିସିର ସମସ୍ତ ଛାମୁଆଁ ସଂଗଠନ ନେତୃବୃନ୍ଦଙ୍କ ସମେତ ସମସ୍ତ ବିଭାଗ ପ୍ରକୋଷ୍ଠର ନେତୃବୃନ୍ଦ ଭାଗ ନେଇଥିଲେ ବୋଲି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking